ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଞ୍ଜାବର ଲମ୍ବୀ ନିର୍ବାଚନ ମଣ୍ଡଳୀ ନିକଟବର୍ତ୍ତୀ ସିଂଘେଓ୍ବାଲା-ଫୁତୁହିଓ୍ବାଲା ଗାଁର କ୍ଷେତରେ ଥିବା ଏକ ବାଣ କାରଖାନାରେ ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୨୭ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ବଠିଣ୍ଡା ଏମ୍ସରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣରେ କାରଖାନା କୋଠାର ଦୁଇଟି ମହଲା ମୁହୂର୍ତ୍ତକରେ ଭଗ୍ନାବଶେଷରେ ପରିଣତ ହୋଇଗଲା। ରାତି ପ୍ରାୟ ୧୨ଟା ୫୦ ସମୟରେ କାରଖାନାର ବାଣ ତିଆରି ୟୁନିଟରେ ଏହି ଦୁର୍ଘଟଣା ଘଟିଥିଲା। ଉତ୍ତରପ୍ରଦେଶ ହାଥରସ ନିବାସୀ ଠିକାଦାର ରାଜ କୁମାରଙ୍କ ଅଧୀନରେ କାରଖାନାରେ ବାଣ ତିଆରି କାମ ହେଉଥିଲା। ଘଟଣା ପରଠାରୁ ଠିକାଦାର ଫେରାର୍ ଥିବା କୁହାଯାଉଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..