ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜ୍ୟସଭାର ଆଠଟି ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛି ନିର୍ବାଚନ କମିଶନ। ତାମିଲନାଡୁର ୬ଟି ଏବଂ ଆସାମର ୨ଟି ରାଜ୍ୟସଭା ଆସନ ଜୁନ ଓ ଜୁଲାଇ ମାସରେ ଖାଲି ହେବାକୁ ଯାଉଛି | ୧୯ ଜୁନରେ ଭୋଟିଂ ହେବ ଏବଂ ସେହି ଦିନ ମତଗଣନା ମଧ୍ୟ ସମ୍ପନ୍ନ ହେବ। ନିର୍ବାଚନ କମିଶନ ଅନୁଯାୟୀ, ରାଜ୍ୟସଭା ନିର୍ବାଚନ ପାଇଁ ୨ ଜୁନରେ ବିଜ୍ଞପ୍ତି ଜାରି ହେବ ଏବଂ ୯ ଜୁନ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରାଯାଇ ପାରିବ। ରାଜ୍ୟସଭା ନିର୍ବାଚନରେ ବିଧାୟକମାନେ ଭୋଟ ଦିଅନ୍ତି, ତେଣୁ ଏହା ଲୋକସଭା, ବିଧାନସଭା, ପଞ୍ଚାୟତ ବା ଅନ୍ୟାନ୍ୟ ନିର୍ବାଚନଠାରୁ ବେଶ ଭିନ୍ନ। ଏହାର ଭୋଟିଂ ପ୍ରକ୍ରିୟା ଏବଂ ଗଣିତ ମଧ୍ୟ ଅଲଗା। ପ୍ରତ୍ୟେକ ରାଜ୍ୟରେ ଖାଲି ହେଉଥିବା ରାଜ୍ୟସଭା ଆସନ ସଂଖ୍ୟା ଏବଂ ବିଧାୟକମାନଙ୍କ ସଂଖ୍ୟା ଉପରେ ନିର୍ଭର କରେ ଯେ ଏକ ପ୍ରାର୍ଥୀଙ୍କୁ ଜିତିବା ପାଇଁ କେତେ ଭୋଟ ଆବଶ୍ୟକ।






More Stories
ଆଜି ସାରା ଦେଶରେ ଔଷଧ ଦୋକାନ ବନ୍ଦ…..
ଦେଶ ଏକ ବଡ଼ ‘ଆର୍ଥିକ ଝଡ଼’ର ସମ୍ମୁଖୀନ ହେବାକୁ ଯାଉଛି…..
୨୦ରେ ମିଳିବନି ଔଷଧ…..