ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିହାରରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭୋଟର ତାଲିକାର ଏସଆଇଆର(ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ ପୁନଃନିରୀକ୍ଷଣ) କାର୍ଯ୍ୟକାରୀ କରାଯିବା ପରେ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ନିକଟରେ ବିରୋଧୀ ଦଳ ନେତା ତେଜସ୍ଵୀ ଯାଦବଙ୍କୁ ନିର୍ବାଚନ ଆୟୋଗ ଚେତାବନୀ ଦେଇ ନକଲି ଭୋଟର କାର୍ଡ ଦାଖଲ କରିବାକୁ କହିଥିଲେ। ଏହାପରେ ତେଜସ୍ଵୀ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନାଙ୍କୁ ଟାର୍ଗେଟ କରିଛନ୍ତି। ଉପମୁଖ୍ୟମନ୍ତ୍ରୀଙ୍କର ବି ନକଲି ଭୋଟର କାର୍ଡ ଥିବା ତେଜସ୍ଵୀ ଅଭିଯୋଗ କରିଛନ୍ତି। ରବିବାର ତେଜସ୍ଵୀ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କ ନାମରେ ଦୁଇଟି ଅଲଗା ଅଲଗା ଜାଗାରେ ଭୋଟର କାର୍ଡ ରହିଛି। ଦୁଇଟି ଯାକ ଭୋଟର କାର୍ଡର ବିବରଣୀ ତେଜସ୍ଵୀ ଗଣମାଧ୍ୟମ ଆଗରେ ଦେଖାଇଥିଲେ। ପାଟନା ଏବଂ ଲଖିସରାଇରେ ବିଜୟଙ୍କର ଏହି ପୃଥକ କାର୍ଡ ରହିଛି।






More Stories
ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍…..
ନିଟ୍-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି……
ଯଶପାଲ ରାଣାଙ୍କ ପରଲୋକ; ପ୍ରଧାନମନ୍ତ୍ରୀଙ୍କ ଶୋକ…..