ରିପୋର୍ଟ କାର୍ଡ / ବାଲେଶ୍ୱର
ଅନଲାଇନ୍ ଗେମ୍ ନେଇଛି ଜୀବନ | ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ସିଂଲା ଥାନା ଗୁହାଳିପଦା ଗାଁରେ ଅଭାବନୀୟ ଘଟଣା ଘଟିଛି। ବାଥରୁମରେ ବେକରେ ଗାମୁଛା ଲଗାଇ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତକ ଗୁହାଳିପଦା ଗାଁ ଜୟକୃଷ୍ଣ ଜେନା ବୋଲି ଜଣାପଡିଛି। ନାବାଳକ ଜଣକ ପାଠ ନପଢି ସବୁବେଳେ ମୋବାଇଲରେ ଅନଲାଇନ୍ ଗେମ୍ ଖେଳୁଥିଲେ। ପରିବାର ଲୋକେ ଗେମ୍ ଖେଳିବାକୁ ବାରଣ କରିବାରୁ ନାବାଳକ ଜଣକ ଏଭଳି କାଣ୍ଡ ଘଟାଇଛନ୍ତି। ସେପଟେ ଖବର ପାଇ ସିଂଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..