ରିପୋର୍ଟ କାର୍ଡ / ଭୁବନେଶ୍ୱର
ବରଗଡ ନାବାଳିକା ପୋଡି ଘଟଣାରେ ତଦନ୍ତକୁ ଜୋରଦାର କରିଛି ପୋଲିସ। ଗାଏସିଲେଟ୍ ଥାନାରେ ୩ ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ବିଭିନ୍ନ ଦିଗକୁ ନେଇ ଫିରିଙ୍ଗିମାଳ ଗାଁରେ ପୋଲିସ ତଦନ୍ତ ଜାରି ରଖିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଫିରିଙ୍ଗିମାଲ ଗାଁରେ ଅଭାବନୀୟ ଘଟଣା ଘଟିଥିଲା। ସୋମବାର ସକାଳେ ଗାଁ ନିକଟ ପଡ଼ିଆରେ ଜଳୁଥିବା ଏକ ୧୩ ବର୍ଷର ଝିଅକୁ ଗ୍ରାମବାସୀ ଉଦ୍ଧାର କରି ବୁର୍ଲା ଡାକ୍ତରଖାନାରେ ପହଞ୍ଚାଇଥିଲେ। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ନାବାଳିକାର ଶରୀର ପ୍ରାୟ ଶତ ପ୍ରତିଶତ ଜଳିଯାଇଥିଲା। ଏ ନେଇ ଡାକ୍ତରଙ୍କଠାରୁ ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ପରିବାର ଲୋକଙ୍କୁ ପଚରାଉଚୁରା କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ଆଜି ପୋଲିସ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।






More Stories
ସିଏମ୍ଓରୁ ଫାଇଲ ହଜିବା ଘଟଣା:ଦୁଇ ଆଇଏଏସ୍ ଅଧିକାରୀଙ୍କୁ ପୋଲିସର ସମନ୍…..
ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା;ଭକ୍ତ ଭଗବାନଙ୍କର ହେବ ମିଳନ…
୪ ଦିନ ପ୍ରବଳ ବର୍ଷୀବ…..