ରିପୋର୍ଟ କାର୍ଡ / ବାଲିପାଟଣା
ବାଲିପାଟଣା ଥାନା ଅଞ୍ଚଳରେ ଗତକାଲି ପେଟ୍ରୋଲରେ ପୋଡ଼ି ହୋଇଥିବା ଗୁରୁତର ଯୁବକଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି | ମୃତକ ହେଲେ ଜ୍ୟୋତି ରଞ୍ଜନ ମଠିଆ ( ୪୦ ) | ପେଟ୍ରୋଲ ନିଆଁରେ ଶରୀରର ଶହେ ପ୍ରତିଶତ ଜଳି ଯାଇଥିଲା | ସମ୍ପତ୍ତି ପାଇଁ ବାପା, ସାବତ ମାଆ ଓ ସାନ ଭାଇଙ୍କୁ ପେଟ୍ରୋଲ ଢାଳି ମାରିଦେଇଥିବା ଜ୍ୟୋତି ଗୁରୁତର ଅବସ୍ଥାରେ ବୟାନ ଦେଇଥିଲେ | ରାତି ପ୍ରାୟ ୪ ଟାରେ ଏମ୍ସରେ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ଜ୍ୟୋତିଙ୍କୁ ମୃତ ଘୋଷଣା କରିଥିବା ସମ୍ପର୍କୀୟ କହିଛନ୍ତି | ପୋଲିସ ବାପା ସୁରେନ୍ଦ୍ର ନାଥ ମଠିଆ, ସାନ ପୁଅ ପ୍ରଶାନ୍ତ ମଠିଆଙ୍କୁ ଥାନାରେ ଅଟକ ରଖିଛି | ତେବେ ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜ୍ୟୋତି ନିଜେ କହିଛନ୍ତି |






More Stories
ବଦଳିବ ମିଶନ ଶକ୍ତି ଡ୍ରେସ୍ କୋଡ୍,ମିଳିବ ସ୍ମାର୍ଟ ଫୋନ୍…..
ଆସନ୍ତାକାଲି ସ୍କୁଲ୍ ଛୁଟି…..
ଜମ୍ମୁ କାଶ୍ମୀରରେ ଭୂକମ୍ପ…..