ରିପୋର୍ଟ କାର୍ଡ / ଭୁବନେଶ୍ବର
ଆଜିବି ଉଭୟ ଶାସକ ଓ ବିରୋଧୀ ସଦସ୍ୟଙ୍କ ମଧ୍ୟରେ ଗୃହରେ ହଟ୍ଟଗୋଳ। ଦିନ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି । ଗୃହକାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ ଯୋଗୁଁ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଥିଲେ ବାଚସ୍ପତି । ଧାନକିଣା ପ୍ରସଙ୍ଗରେ ବିରୋଧୀ ହୋହଲ୍ଲା କରିଥିବା ବେଳେ ଶାସକ ଦଳ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଗୃହରେ କ୍ଷମା ମାଗିବାକୁ ଦାବି କରି ଜିଦରେ ଅଟଳ ରହିଛି । ଫଳରେ ଗୃହକାର୍ଯ୍ୟ ଚାଲିପାରିନାହିଁ । ଗୃହ ଆରମ୍ଭରୁ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ହୋଇଥିଲେ । ଶାସକ ଦଳ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଗୃହରେ କ୍ଷମା ମାଗିବାକୁ ଦାବି କରି ଜିଦରେ ଅଟଳ ରହିଥିଲେ । ବିଜେପି ବିଧାୟକ ଗୃହରେ ସାନିଟାଇଜର ପିଇ ଗୃହର ମର୍ଯ୍ୟାଦାହାନୀ କରିଛନ୍ତି । ଏପଟେ ବିରୋଧୀ ଚାଷୀଙ୍କ ସମସ୍ତ ଧାନ ଉଠେଇବା ଦାବିରେ ଅଡ଼ି ବସିଛନ୍ତି। ଯେଉଁଥିପାଇଁ ଗୃହରେ ଅଚଳାବସ୍ଥା ଦେଖାଦେଇଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..