Report Card Odisha

| Daily Odia News

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବସ୍‌ରେ ଥିଲେ ୩୦ରୁ ଅଧିକ ଯାତ୍ରୀ…..

ରିପୋର୍ଟ କାର୍ଡ / ନବରଙ୍ଗପୁର

ଓଡ଼ିଶା-ଆନ୍ଧ୍ର ପ୍ରଦେଶ ସୀମା ସୋମପେଟା ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟିପ୍ପର ସହ ବସ୍‌ଟି ଧକ୍କା ହେବା ଯୋଗୁ ଘଟଣାସ୍ଥଳରେ ବସ୍‌ ହେଲ୍‌ପର୍‌ଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ‘ତ୍ରିପାଠୀ’ ନାମକ ଏହି ବସ୍‌ଟି ୩୦ରୁ ଅଧିକ ଯାତ୍ରୀଙ୍କୁ ନେଇ ନବରଙ୍ଗପୁରରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ସୋମପେଟା ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ଟିପ୍ପର ବସ୍‌କୁ ଧକ୍କା ଦେଇଥିଲା। ଡ୍ରାଇଭର ନିଜର ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି। ଦୁର୍ଘଟଣାରେ ବସ୍‌ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ଖବରପାଇ ସ୍ଥାନୀୟ ଲୋକ ଓ ନବରଙ୍ଗପୁର ପୋଲିସ୍ ଘଟଣାସ୍ଥଳରେ ‌ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଥାନାରେ ଏକ ମାମଲା ରୁଜୁ କରାଯାଇଛି ଓ ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Breaking News