Report Card Odisha

| Daily Odia News

ଆଜି ମଣିପୁର ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୨୦୨୩ ମସିହାରେ ମଣିପୁର ହିଂସାକାଣ୍ଡ ପରେ ପ୍ରଥମ କରି ଆଜି ମଣିପୁର ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ମଣିପୁରକୁ ଭେଟି ଦେବେ ପ୍ରାୟ ୮ହଜାର ୫ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ । ମଣିପୁର ସାମ୍ପ୍ରଦାୟିକ ହିଂସାରେ ସର୍ବାଧିକ କ୍ଷତିଗ୍ରସ୍ତ ଚୁଡାଚନ୍ଦ୍ରପୁର ଜିଲାରେ ୭ହଜାର ୩ଶହ କୋଟିର ଟଙ୍କାର ପ୍ରକଳ୍ପ ଉଦଘାଟନ କରିବେ ମୋଦୀ । ଏହାସହିତ ବିସ୍ଥାପିତ ପରିବାରଙ୍କ ସହ ଆଲୋଚନା କରିବାକୁ କାର୍ଯ୍ୟକ୍ରମ ରହିଛି । ପରେ ସେ ମୈତେଇ ଅଧ୍ୟୁକ୍ଷିତ ଇମ୍ଫାଲରେ ୧,୨୦୦କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିବା ସହ କାଙ୍ଗଲା ଫୋର୍ଟରେ ଜନସଭାକୁ ସମ୍ବୋଧନ କରିବେ । ମଣିପୁର ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରଥମେ ମିଜୋରାମର ଅେଇଜଲରେ ୯ହଜାର କୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦଘାଟନ କରିବେ । ମୋଦୀଙ୍କ ଗସ୍ତ ପୂର୍ବରୁ ମଣିପୁରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

Breaking News