Report Card Odisha

| Daily Odia News

ମୁଖ୍ୟମନ୍ତ୍ରୀଙ୍କ ଭାଜପା ବିଧାୟକ ଦଳ ବୈଠକ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ବିଧାନସଭା ପରିସରରେ ଭାଜପା ଜାତୀୟ ସାଧାରଣ ସମ୍ପାଦକ ତରୁଣ ଛୁଘଙ୍କ ଉପସ୍ଥିତିରେ ବିଧାୟକ ଦଳ ବୈଠକ ଡାକିଥିଲେ। ବୈଠକରେ ଓଡ଼ିଶା ଭାଜପା ଇନଚାର୍ଜ ବିଜୟପାଲ ସିଂ ତୋମାର, ରାଜ୍ୟ ସଭାପତି ମନମୋହନ ସାମଲ, ଉପ-ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ, ପ୍ରଭାତୀ ପରିଡ଼ା ଓ ଭାଜପା ବିଧାୟକମାନେ ଉପସ୍ଥିତ ଥିଲେ। ତରୁଣ ଛୁଘ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ବ୍ୟବସାୟ-ଅନୁକୂଳ ‘ଏକ ଦେଶ, ଏକ ଟ୍ୟାକ୍ସ’ ଜିଏସଟି ମଡେଲ ଆରମ୍ଭ ହୋଇଛି। ନବରାତ୍ରୀରୁ ନୂଆ ଜିଏସଟି ସଂସ୍କାର କାର୍ଯ୍ୟକାରୀ ହେବ ଏବଂ କିଛି ଶସ୍ୟକୁ ଟ୍ୟାକ୍ସ-ମୁକ୍ତ କରାଯିବ। ପ୍ରଧାନମନ୍ତ୍ରୀଙ୍କ ‘ଗର୍ବ ସେ କହୋ, ଏ ସ୍ୱଦେଶୀ ହୈ’ ଅଭିଯାନରେ ସ୍ଥାନୀୟ କାରିଗର ଓ ଛୋଟ ଶିଳ୍ପର ପ୍ରୋତ୍ସାହନ ପାଇଁ ନଭରାତ୍ରୀ ଓ ଦୀପାବଳିରେ ‘ସ୍ୱଦେଶୀ ମେଳା’ ଆୟୋଜନ କରିବାକୁ ସେ ବିଧାୟକମାନଙ୍କୁ ଆହ୍ୱାନ ଦେଇଛନ୍ତି। ଏହା ଆତ୍ମନିର୍ଭର ଭାରତର ଦିଗରେ ଏକ ପଦକ୍ଷେପ ବୋଲି ସେ କହିଛନ୍ତି।

Breaking News