ରିପୋର୍ଟ କାର୍ଡ / ରାୟଗଡ଼ା
ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା କାଶୀପୁର ବନାଞ୍ଚଳ ଅଧିକାରୀ ଅନ୍ତର୍ଯ୍ୟାମୀ ସାହୁଙ୍କ ଘରେ ରେଡ୍ ହୋଇଛି। ୪ ଜିଲ୍ଲାର ୯ ସ୍ଥାନରେ ଏକକାଳୀନ ରେଡ କରୁଛି ଭିଜିଲାନ୍ସ। କାଶୀପୁର ସ୍ଥିତ ସରକାରୀ ବାସଭବନ ଓ ଅଫିସ ସମେତ ବିିଭିନ୍ନ ସ୍ଥାନରେ ରେଡ ଚାଲିଛି। ଭିଜିଲାନ୍ସ ଟିମ୍ କାଶୀପୁର, ବ୍ରହ୍ମପୁର, ବାଲିଗୁଡା, ଭଜଂନଗର, ନୟାଗଡ ସମେତ ରାଜ୍ୟର ୯ଟି ସ୍ଥାନରେ ଥିବା ଅନ୍ତର୍ଯ୍ୟାମୀ ସାହୁଙ୍କ ସମ୍ପତ୍ତି ଉପରେ ଚଢ଼ାଉ କରିଛି।ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ ଏସପିଙ୍କ ତତ୍ବାବଧାନରେ ରେଡ୍ ଚାଲିଛି। ଅତିରିକ୍ତ ଏସପି ଅନନ୍ତ ମଲ୍ଲିକଙ୍କ ନେତୃତ୍ଵରେ ୭ ଜଣ ଡିଏସପି, ୭ ଜଣ ଇନିସପେକ୍ଟର ଓ ଅନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି। କନ୍ଧମାଳ ବାଲିଗୁଡାରେ ଅନ୍ତର୍ଯ୍ୟାମୀ ସାହୁଙ୍କ ପତ୍ନୀଙ୍କ ନାଁରେ ରହିଛି କୋଠାଘର, ବାଲିଗୁଡ଼ାରେ ଆଉ ଏକ କୋଠା ଘର, ନୟାଗଡ଼ରେ ଥିବା ସମ୍ପର୍କୀୟଙ୍କ ଘର, ଦାରିଙ୍ଗବାଡ଼ି ସରନିକେତରେ କୋଠା, ଦାରିଙ୍ଗବାଡ଼ିରେ ଆଉ ଏକ କୋଠା, ଗଂଜାମ କୁକୁଡାଖଣ୍ଡିରେ କୋଠା, ଭଂଜନଗର ଦୋମୁହାଣୀରେ ଥିବା କୋଠାରେ ରେଡ କରୁଛି ଭିଜିଲାନ୍ସ।






More Stories
ଏଣିକି ବର୍ଷକୁ ୪ଟି ପରୀକ୍ଷା…..
ରାଜ୍ୟରେ ୨୦ଲକ୍ଷ ଭୋଟରଙ୍କ ନାଁ କଟିଲା…..
ବଢ଼ୁଛି ନଦୀମାଙ୍କର ଜଳସ୍ତର…..