ରିପୋର୍ଟ କାର୍ଡ / କୋଲକାତା
ପଶ୍ଚିମବଙ୍ଗରେ ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ବଢୁଛି ପଶ୍ଚିମବଙ୍ଗ ନିର୍ବାଚନର ଉଷ୍ଣତା | ନନ୍ଦିଗ୍ରାମରେ ନିର୍ବାଚନ ପ୍ରଚାର ସମୟରେ ଆହତ ହେବାର ପ୍ରାୟ ଚାରି ଦିନ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି। ଗତକାଲି ପାଞ୍ଚ କିଲୋମିଟରର ରୋଡ୍ ସୋ ପରେ ଆଜି ସେ ପୁରୁଲିଆରେ ଜନସଭାକୁ ସମ୍ବୋଧିତ କରିଛନ୍ତି। ନିଜ ଭାଷଣରେ ସେ କହିଛନ୍ତି, ଦୁନିଆରେ କୌଣସି ସରକାର ଏମିତି ବିକାଶମୂଳକ କାମ କରି ନାହାନ୍ତି ଯେତେ କାମ ଆମ ସରକାର କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅକ୍ଷମ ଦର୍ଶାଇ କହିଛନ୍ତି ଯେ, ଦେଶ ଚଳାଇବାକୁ ନରେନ୍ଦ୍ର ମୋଦୀ ଯୋଗ୍ୟ ନୁହନ୍ତି। ଆଘାତ ଲାରିବା ପରେ ମମତା ବାନାର୍ଜୀ ଘୋଷଣା କରିଥିଲେ ଯେ, ଭଙ୍ଗା ଗୋଡରେ ହିଁ ସେ ପୂରା ପଶ୍ଚିମବଙ୍ଗରେ ରାଲି କରିବେ ଏବଂ ବିଜେପି ସହ ଲଢେଇ ଜାରି ରଖିବେ। ଅନ୍ୟପଟେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ସୋମବାର ଝାରଗ୍ରାମ ଓ ବାଙ୍କୁରାରେ ନିର୍ବାଚନୀ ହୁଙ୍କାର ଭରିଛନ୍ତି। ତୃଣମୂଳ କଂଗ୍ରେସ(ଟିଏମସି) ପ୍ରମୁଖ ମମତା ବାନାର୍ଜୀ ରବିବାର ହ୍ଵିଲ୍ ଚେୟାରରେ ବସି ରୋଡ୍ ସୋ କରିଥିଲେ। ସେ କହିଥିଲେ ଯେ, ଘାଇଲା ବାଘ ଅଧିକ ଘାତକ ହୋଇଥାଏ। ନନ୍ଦିଗ୍ରାମ ଦିବସ ଅବସରରେ ମମତା ଏହି ରୋଡ୍ ସୋ’ର ଆୟୋଜନ କରିଥିଲେ। ଏହା ପରେ ଜନସଭାକୁ ସମ୍ବୋଧିତ କରି କହିଥିଲେ ଯେ, ତାଙ୍କ ନିର୍ବାଚନୀ ପ୍ରଚାର ରୋକିବାକୁ ହୋଇଥିବା ଉଦ୍ୟମ ନିଷ୍ଫଳ ହୋଇଛି। ସେ ହ୍ଵିଲ୍ ଚେୟାରରେ ବସି ସାରା ରାଜ୍ୟରେ ଟିଏମସି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ସୂଚନାଯୋଗ୍ୟ,ବାନାର୍ଜୀ ହାଇ ପ୍ରୋଫାଇଲ ନନ୍ଦିଗ୍ରାମ ଆସନରୁ ପ୍ରଥମ ଥର ନିର୍ବାଚନ ଲଢୁଛନ୍ତି। ବାନାର୍ଜୀଙ୍କ ମୁକାବିଲା କରୁଛନ୍ତି ନିକଟରେ ତାଙ୍କର ବିଶ୍ଵାସପାତ୍ର ତଥା ଘନିଷ୍ଠ ରହିଥିବା ଶୁଭେନ୍ଦୁ ଅଧିକାରୀ। ଶୁଭେନ୍ଦୁ ଅଧିକାରୀ ନିକଟରେ ଟିଏମସି ଛାଡି ବିଜେପିରେ ସାମିଲ ହୋଇ ନନ୍ଦିଗ୍ରାମ ନିର୍ବାଚନୀ ମଣ୍ଡଳରୁ ନିର୍ବାଚନ ଲଢୁଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ସମ୍ବୋଧନରେ କହିଛନ୍ତି, ମୁଁ ନିଜ ଜୀବନରେ ଅନେକ ଆକ୍ରମଣର ସାମ୍ନା କରିଛି, କିନ୍ତୁ କେବେ ମଧ୍ୟ ଆତ୍ମ ସମର୍ପଣ କରି ନାହିଁ। ମୁଁ ନିଜ ମୁଣ୍ଡ କେବେ ମଧ୍ୟ ନୁଆଁଇବି ନାହିଁ। ଜଣେ ଘାଇଲା ବାଘ ଆହୁରି ଖତରନାକ ହୋଇଥାଏ ବୋଲି ମମତା କହିଛନ୍ତି।
More Stories
ନିର୍ବାଚନ ନିୟମରେ ବଡ଼ ପରିବର୍ତ୍ତନ,ଭିଡିଓ ରେକର୍ଡିଂ ଦେଖାଇବେନି…..
୨୮ରେ ଓଡିଶା ଆସିବେ ଶାହ….
ଭିଜିଲାନ୍ସ ଜାଲରେ ଜେନେରାଲ ମ୍ୟାନେଜର….