Report Card Odisha

| Daily Odia News

ପୁଣି ନୂଆ ଶୁଳ୍କ ଘୋଷଣା କଲେ ଟ୍ରମ୍ପ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଶୁଳ୍କ ସମ୍ପର୍କିତ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଔଷଧ କ୍ଷେତ୍ର ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି । ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଯୋଗୁଁ ଔଷଧଗୁଡିକରେ ଏବେ ୧୦୦ପ୍ରତିଶତ ଶୁଳ୍କ ଲାଗୁ ହେବ । ଏନେଇ ସୋସିଆଲ ମିଡ଼ିଆ ପୋଷ୍ଟରେ ସୂଚନା ଦେଇଛନ୍ତି ଟ୍ରମ୍ପ । ଆମେରିକା ରାଷ୍ଟ୍ରପତିଙ୍କ ଏଭଳି ନିଷ୍ପତ୍ତି ପାଇଁ ଭାରତୀୟ ଔଷଧ ନିର୍ମାତାମାନଙ୍କ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇପାରେ । କାରଣ ଆମେରିକାକୁ ଭାରତ ପ୍ରତିବର୍ଷ ପ୍ରାୟ ୮୩୦୦୦କୋଟି ଟଙ୍କା ଔଷଧ ରପ୍ତାନି କରିଥାଏ । ୧୦୦% ଶୁଳ୍କ ଲାଗୁ ହେଲେ ଭାରତରୁ ଆମେରିକାକୁ ଯାଉଥିବା ଜେନେରିକ୍‍ ଔଷଧର ଦର ବହୁତ ବଢିଯିବ । ଏଥିପାଇଁ ସନ୍‍ ଫାର୍ମା, ଡକ୍ଟର ରେଡ୍ଡି, ସିପ୍ଲା, ଲୁପିନ୍‍ ପରି ବଡ କମ୍ପାନୀଗୁଡିକ ଉପରେ ଗଭୀର ଭାବେ ପ୍ରଭାବ ପଡିପାରେ ।ଟ୍ରମ୍ପ କହିଛନ୍ତି ଆମେ ୨୦୨୫ ଅକ୍ଟୋବର ୧ତାରିଖଠାରୁ ରୋଷେଇ ଘର ଜିନିଷ, ବାଥରୁମ୍‍ ସାମଗ୍ରୀ ଏବଂ ସମ୍ବନ୍ଧିତ ଉତ୍ପାଦ ଉପରେ ୫୦ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଯାଉଛି । ଏହାସହିତ ପର୍ଣ୍ଣିଚର ଉପରେ ୩୦ପ୍ରତିଶତ ଲାଗୁ କରାଯିବ । ଏହି ଶୁଳ୍କ ବୃଦ୍ଧିର କାରଣ ଟ୍ରମ୍ପ କହିଛନ୍ତି ଅନ୍ୟ ଦେଶଗୁଡିକ ଏପରି ଉତ୍ପାଦଗୁଡିକୁ ବହୁ ପରିମାଣରେ ଆମେରିକାକୁ ପଠାଉଛନ୍ତି । ଟ୍ରମ୍ପ ଏହି ଶୁଳ୍କକୁ ଆମେରିକୀୟ ଔଷଧ ଶିଳ୍ପକୁ ସୁରକ୍ଷା ଏବଂ ସ୍ଥାନୀୟ ଉତ୍ପାଦନକୁ ପ୍ରୋତ୍ସାହନ ବୋଲି କହିଛନ୍ତି ।

Breaking News