ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲଦାଖକୁ ରାଜ୍ୟ ମାନ୍ୟତା ଦାବିରେ ଆରମ୍ଭ ହୋଇଥିବା ବିକ୍ଷୋଭରେ ଆନ୍ଦୋଳନକାରୀଙ୍କୁ ଉସୁକାଉଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ସାମାଜିକ କର୍ମୀ ସୋନମ ଓ୍ବାଙ୍ଗଚୁକ। ଜାତୀୟ ସୁରକ୍ଷା ଆଇନ (ଏନଏସଏ) ଅଧୀନରେ ତାଙ୍କୁ ଗିରଫ କରାଯାଇଛି।ଲଦାଖ ଡିଜିପି ଏସ.ଡି. ସିଂହ ଜାମଓ୍ବାଲଙ୍କ ନେତୃତ୍ଵରେ ଲଦାଖ ପୁଲିସର ଏକ ଟିମ ସୋନମଙ୍କୁ ଗିରଫ କରିଛି। ଏହା ପରେ ଜରୁରିକାଳୀନ ଭିତ୍ତିରେ ଲେହରେ ମୋବାଇଲ ଇଣ୍ଟରନେଟ ସେବା ବନ୍ଦ କରିଦେଇଛି। ଏହା ସହିତ ବ୍ରଡବ୍ୟାଣ୍ଡ ସ୍ପିଡ୍ ହ୍ରାସ କରିଦିଆଯାଇଛି। ସୂଚନାଯୋଗ୍ୟ, ଗତ ବୁଧବାର ଦିନ ଲଦାଖକୁ ରାଜ୍ୟ ମାନ୍ୟତା ଦାବିରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ଲେହରେ ହିଂସାକାଣ୍ଡ ଘଟିଥିଲା। ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା। ୯୦ରୁ ଅଧିକ ଲୋକ ଆହତ ହୋଇଥିଲେ। ପରିସ୍ଥିତି ନିୟନ୍ତ୍ରଣ କରିବାକୁ କର୍ଫ୍ୟୁ ଜାରି କରାଯାଇଥିଲା। ୫୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଥିଲା।






More Stories
ନୂଆ ରୂପ ନେବ ରାଜ୍ୟର ସବୁ ବସ୍ଷ୍ଟାଣ୍ଡ…..
ମୋଦୀ ଡାକିଲେ ଜରୁରୀ ବୈଠକ…..
ଦେଶରେ ଆସୁଛି ଆର୍ଥିକ ଝଡ଼; ପ୍ରଧାନମନ୍ତ୍ରୀ ଟଫି ବାଣ୍ଟୁଛନ୍ତି…..