ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶା ପ୍ରଶାସନିକ ସେବା (OPSC) ପରୀକ୍ଷା 2023ର ଫଳାଫଳ ଆଜି ପ୍ରକାଶ କରିଛି। ଏହି ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ପ୍ରିୟାଂଶୁ ପାଲ୍ ପ୍ରଥମ ସ୍ଥାନ ଅଧିକାର କରି ଟପ୍ପର ହୋଇଛନ୍ତି। ଏହା ସହିତ ଦ୍ୱିତୀୟ ସ୍ଥାନରେ ଅନନ୍ୟା ମିଶ୍ର ଏବଂ ତୃତୀୟ ସ୍ଥାନରେ ଶୋଭନ ପଟ୍ଟନାୟକ ରହିଛନ୍ତି। ଟପ୍ ୧୦ରେ ଅଛନ୍ତି ଜଣେ ଝିଅ, ୯ ପୁଅ। ସୂଚନା ଅନୁଯାୟୀ, ମୋଟ ୩୯୮ଟି କୃତକାର୍ଯ୍ୟ ପ୍ରାର୍ଥୀଙ୍କ ମଧ୍ୟରୁ ୧୪୪ ଜଣ ମହିଳା ରହିଛନ୍ତି। ଏହି ପରୀକ୍ଷାର ମେରିଟ ଲିଷ୍ଟ OPSCର ଅଧିକୃତ େଓୱବସାଇଟ www.opsc.gov.inରେ ଉପଲବ୍ଧ। ପ୍ରାର୍ଥୀମାନେ ନିଜ ରୋଲ ନମ୍ବର୍ ଦେଇ ଫଳାଫଳ ଚେକ କରିପାରିବେ।






More Stories
ଏଣିକି ବର୍ଷକୁ ୪ଟି ପରୀକ୍ଷା…..
ରାଜ୍ୟରେ ୨୦ଲକ୍ଷ ଭୋଟରଙ୍କ ନାଁ କଟିଲା…..
ବଢ଼ୁଛି ନଦୀମାଙ୍କର ଜଳସ୍ତର…..