ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୋଲିସ ଚାକିରି ମହାଘୋଟାଲା ନେଇ ଖୋଳତାଡ ଜାରି ରହିଥିବା ବେଳେ ଜରୁରୀ ବୈଠକ ଡାକିଛନ୍ତି ଓପିଆରବି ଅଧ୍ୟକ୍ଷ ସୁଶାନ୍ତ ନାଥ । ବୈଠକରେ ଓପିଆରବିର କର୍ମଚାରୀ ମାନେ ଉପସ୍ଥିତ ରହିଛନ୍ତି । ବିଭାଗ ଭିତରେ କିଏ ରହିଛି କେଳେଙ୍କାରୀ ଅଫିସର? ତାହାକୁ ଧରିବାକୁ ଛାନିଭିନ ଆରମ୍ଭ ହୋଇଛି । ଆଜି ଏହି ଘଟଣାରେ ଓପିଆରବି ଏସପି ବଳଭଦ୍ର ଦୀପଙ୍କୁ ଡକାଇ ପଚରାଉଚରା କରାଯାଉଛି । ଘଟଣାରେ ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ପୂର୍ବରୁ ୧୧୪ଜଣ ପରୀକ୍ଷାର୍ଥୀ ଓ ୩ଜଣ ଦଲାଲ ଗିରଫ ହୋଇସାରିଛନ୍ତି । ପରୀକ୍ଷାରେ ଜଡିତ ଥିବା ସଂସ୍ଥା ସହିତ କେଉଁ ଅଧିକାରୀଙ୍କ ସଂପୃକ୍ତି ରହିଛି ତାହାର ଖୋଳତାଡ ଜାରି ରହିଛି ।






More Stories
ଏଣିକି ବର୍ଷକୁ ୪ଟି ପରୀକ୍ଷା…..
ରାଜ୍ୟରେ ୨୦ଲକ୍ଷ ଭୋଟରଙ୍କ ନାଁ କଟିଲା…..
ବଢ଼ୁଛି ନଦୀମାଙ୍କର ଜଳସ୍ତର…..