ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୁଣି ଥରେ ପରୋକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ କାର୍ତ୍ତିକ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଶ୍ରୀମୟୀ ମିଶ୍ର। ଅନାମ ବାବୁଙ୍କ କାହାଣୀ ଆଳରେ ନବୀନ ଏବଂ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଶ୍ରୀମୟୀ। ପୂର୍ବଥର ନବୀନଙ୍କୁ ଧୃତରାଷ୍ଟ୍ର କହି ଟାର୍ଗେଟ୍ କରିଥିବାବେଳେ ଏଥର ଘରଜ୍ବାଇଁ ଉପାଖ୍ୟାନ ସହ ସୁଜାତାଙ୍କୁ ମଧ୍ୟ ବିବାଦକୁ ଟାଣିଛନ୍ତି ଶ୍ରୀମୟୀ। ବିବାହ ପରେ ଜ୍ବାଇଁ ଶ୍ବଶୁରଙ୍କ ସମ୍ପତ୍ତି ଓ କାର୍ଯ୍ୟ ନିୟନ୍ତ୍ରଣକୁ ନେଇଥିଲା। ଏହା ସମାଜରେ ଶ୍ବଶୁରଙ୍କ ଇଜ୍ଜତ ଓ ମାନ ସମ୍ମାନକୁ ଧୂଳିସାତ କରିଥିଲା ବୋଲି କହି ମଜା ଉଡ଼ାଇଛନ୍ତି ଶ୍ରୀମୟୀ।






More Stories
ରାଜ୍ୟରେ ୨୦ଲକ୍ଷ ଭୋଟରଙ୍କ ନାଁ କଟିଲା…..
ବଢ଼ୁଛି ନଦୀମାଙ୍କର ଜଳସ୍ତର…..
ଆଜି ସ୍କୁଲ ଛୁଟି…..