Report Card Odisha

| Daily Odia News

୧୯ ଅତିରିକ୍ତ ଏସ୍‌ପିଙ୍କ ବଦଳି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

OPS ସ୍ତରରେ ଅଦଳବଦଳ ହୋଇଛି। ମୋଟ ୧୯ ଜଣ ଅତିରିକ୍ତ ଏସ୍‌ପିଙ୍କ ବଦଳି ନେଇ ଗୃହ ବିଭାଗର ବିଜ୍ଞପ୍ତି ଜାରି ହୋଇଛି। ଏସପି ଆଲୋକ କୁମାର ଜେନା ବଲାଙ୍ଗିରର ଅତିରିକ୍ତ ଏସପି ଥିବା ବେଳେ ତାଙ୍କୁ ବ୍ରହ୍ମପୁରକୁ ବଦଳି କରାଯାଇଛି ।

ବ୍ରହ୍ମପୁରର ଅତିରିକ୍ତ ଏସପି ସୀମା ସ୍ୱାଇଁଙ୍କୁ ତାଳଚେରକୁ ବଦଳ କରାଯାଇଛି । ସେହିପରି ବରଗଡର ଅତିରିକ୍ତ ଏସପି ଇନ୍ଦୁରେଖା ପଶ୍ଚିମକବାଟଙ୍କୁ ଢେଙ୍କାନାଳକୁ ବଦଳି କରାଯାଇଛି ।ଅମ୍ରିତ କୁମାର ପଣ୍ଡା, ସ୍ୱାସ୍ତିକ ପଣ୍ଡା, ସୌରଭ ଓତା ବରଗଡ ଅତିରିକ୍ତ ଏସପି ଥିବା ବେଳେ ତାଙ୍କୁ କଟକ ହେଡକ୍ୱାଟରକୁ ବଦଳି କରାଯାଇଛି । ପ୍ରଭାତ କୁମାର ବିଶ୍ୱାଳ, ସଞ୍ଜିବ ଶତପଥୀ, ସସ୍ମିତା ସାହୁ, ଅଶ୍ୱନୀ କୁମାର ନାଏକ, ଦେବଜିତ ଭଟ୍ଟାଚାର୍ଯ୍ୟ, ପ୍ରଦୀପ କେରକେଟା, ଗୁଣନିଧି ମଲ୍ଲିକ, ଆକାଶ ଚନ୍ଦ୍ର ସାହୁ, ହରପ୍ରିୟା ନାୟକ, ସତ୍ୟବିକାଶ ଭୂୟାଁ, ଅଂଶୁମାନ ଦ୍ୱିବେଦୀ, ସ୍ନେହାଶିଷ ସାହୁ, ପ୍ରକାଶ ଜେମ୍ସ ଟପୋଙ୍କୁ ବଦଳି କରାଯାଇଛି । ଏନେଇ ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Breaking News