Report Card Odisha

| Daily Odia News

ରାଜ୍ୟ ମହିଳା କଂଗ୍ରେସ ଉପସଭାନେତ୍ରୀ,ସାଧାରଣ ସମ୍ପାଦିକା ନିଯୁକ୍ତି……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସୁଦୃଢ଼ ହେବ ରାଜ୍ୟ ମହିଳା କଂଗ୍ରେସ। ଏଥିପାଇଁ ଉପସଭାପତି, ସାଧାରଣ ସମ୍ପାଦିକା, ସମ୍ପାଦିକା ଓ ସ୍ବତନ୍ତ୍ର ପରାମର୍ଶଦାତା ନିଯୁକ୍ତ କରିଛି ମହିଳା କଂଗ୍ରେସ। ୧୦ ଜଣ ଉପସଭାପତି, ୨୨ ଜଣ ସାଧାରଣ ସମ୍ପାଦିକା, ୪୫ଜଣ ସମ୍ପାଦିକା ଏବଂ ୪ଜଣ ସ୍ବତନ୍ତ୍ର ପରାମର୍ଶଦାତାଙ୍କ ନାଁ ଅଖିଳ ଭାରତ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ଅନୁମୋଦନ କରିଛନ୍ତି। ଉପସଭାପତି ପଦରେ ୧୦ ମହିଳା ସଙ୍ଗଠକଙ୍କୁ ନିଯୁକ୍ତି ମିଳିଛି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲା ପାଇଁ ଜୟଶ୍ରୀ ପଟ୍ଟନାୟକ, ରାଉରକେଲା ପାଇଁ ଦେବସ୍ମିତା ସାମଲ, ମୟୂରଭଞ୍ଜ ପଶ୍ଚିମ ପାଇଁ ଜବାମଣି ଟୁଡୁ, ସୁନ୍ଦରଗଡ଼ ପାଇଁ ସୁନୀତା ବିଶ୍ବାଳ, କଟକ ପାଇଁ ବିଶ୍ବକଲ୍ୟାଣୀ କର, କଳାହାଣ୍ଡି ପାଇଁ ଦ୍ରୌପଦୀ ମାଝୀ, ଜଗତସିଂହପୁର ପାଇଁ ପ୍ରତିମା ମଲ୍ଲିକ, କଟକ ପାଇଁ ଅନୀତା ନାୟକ ଓ ସ୍ବର୍ଣ୍ଣପ୍ରଭା ପଶାୟତ, ଭୁବନେଶ୍ବର ପାଇଁ ପ୍ରଣତି ମିଶ୍ରଙ୍କୁ ନିଯୁକ୍ତି ମିଳିଛି।ସେହିପରି ସାଧାରଣ ସମ୍ପାଦିକା ପଦରେ ୨୨ଜଣଙ୍କୁ ନିଯୁକ୍ତି ମିଳିଛି। ବାସନ୍ତୀ ସାମଲ, ହରବତୀ ଗଣ୍ଡ, କୁସୁମ ପ୍ରଧାନ, ଶ୍ରିୟାସ୍ମିତା ପଣ୍ଡା, ସ୍ନେହଲତା ରାୟ, ଗୋରେତି ଏକ୍ସ, ପ୍ରୀତିଛନ୍ଦା କୈବଲ୍ୟ ନାୟକ, ଦୀପ୍ତିରାଣୀ ପ୍ରଧାନ, ଅମିସା ସାମନ୍ତରାୟ, ନିରୁପମା ପାତ୍ର, ସୁପ୍ରଭା ବରାଇ, ଶ୍ରେୟା ମହାନ୍ତି, ବନ୍ଦିତା ମହାନ୍ତି, ଅନୀତା ନାଏକ, ଏଲିଶ ମିଞ୍ଜ, ପିଙ୍କି କହଁର, ପ୍ରଗତି ନାୟକ, ସୁରଭି ବିଶୋଇ, ସୁତାପା ମିତ୍ର, ମୀରା ମଣ୍ଡଳ, ଇଶରତ ଜହାଁ, ଲିଜାରାଣୀ ରାଉତଙ୍କୁ ଦାୟିତ୍ବ ମିଳିଛି। ସମ୍ପାଦକ ପଦରେ ୪୫ ଜଣଙ୍କୁ ଦାୟିତ୍ବ ଦିଆଯାଇଛି। ସେମାନଙ୍କ ମଧ୍ୟରେ ବିନତି ପଢ଼ିଆରୀ, ଅମିତାବଳ ଆଚାର୍ଯ୍ୟ, ଦେବସ୍ମିତା ସାହୁ, ନନ୍ଦି ଗୌରୀ, ମାଳତୀ ନାୟକ, ଜ୍ୟୋତି ଲାକ୍ରା, ନନ୍ଦିନୀ ଲାକ୍ରା, ସବିତା ଚାନ୍ଦ, ରୀନା ବେହେରା ପ୍ରମୁଖ ରହିଛନ୍ତି। ସେହିପରି ପରାମର୍ଶଦାତା ଭାବେ ୪ ଜଣଙ୍କୁ ଦାୟିତ୍ବ ମିଳିଛି। ସେମାନଙ୍କ ମଧ୍ୟରୁ ବିଜୟଲକ୍ଷ୍ମୀ ସାହୁ, ସରସ୍ବତୀ ହେମ୍ବ୍ରମ, ଗିରିବାଳା ବେହେରା ଏବଂ ରତ୍ନମଣି ଉଲକା ଉଜାଲାଙ୍କୁ ନିୟୋଜିତ କରାଯାଇଛି।

Breaking News