ରିପୋର୍ଟ କାର୍ଡ / ଭୁବନେଶ୍ବର
ମଝି ଆକାଶରେ ଜଣେ ଯାତ୍ରୀ ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ଗୌହାଟୀ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍ର ବିମାନ ଭୁବନେଶ୍ବରରେ ଜରୁରୀ ଅବତରଣ କରିଥିଲା। ସମ୍ପୃକ୍ତ ଯାତ୍ରୀଙ୍କୁ ଡାକ୍ତରଖାନା ସ୍ଥାନାନ୍ତର ପରେ ଅନ୍ୟ ଯାତ୍ରୀଙ୍କୁ ନେଇ ପ୍ରାୟ ଏକ ଘଣ୍ଟା ପରେ ବିମାନଟି ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା।
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ୧୭୪ ଜଣ ଯାତ୍ରୀଙ୍କୁ ନେଇ ବେଙ୍ଗାଲୁରୁରୁ ଗୌହାଟୀ ଅଭିମୁଖେ ଯାତ୍ରା କରୁଥିଲା। ଭୁବନେଶ୍ବର ଉପରେ ଯିବା ସମୟରେ ସେଥିରେ ଥିବା ଜଣେ ଯାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ଛାତିରେ ଯନ୍ତ୍ରଣା ହେଉଥିଲା। ଏଥିସହ ରକ୍ତଚାପ ବହୁତ କମି ଯାଇଥିଲା। ଫଳରେ ଏଟିସିର ଅନୁମତି ନେଇ ସମ୍ପୃକ୍ତ ପାଇଲଟ ଅପରାହ୍ଣ ୪.୫୩ରେ ଜରୁରୀ ଅବତରଣ କରିଥିଲା। ଆମ୍ବୁଲାନ୍ସ ଯୋଗେ ଅସୁସ୍ଥ ଥିବା ଯାତ୍ରୀଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ଏହା ପରେ ଅନ୍ୟ ଯାତ୍ରୀଙ୍କୁ ନେଇ ଅପରାହ୍ଣ ୫.୫୦ରେ ବିମାନଟି ପୁନର୍ବାର ଗୌହାଟୀ ଅଭିମୁଖେ ଯାଇଥିଲା ବୋଲି ଶ୍ରୀ ପ୍ରଧାନ କହି






More Stories
ଅଟୋ ଚାଳକଙ୍କ ହଙ୍ଗାମା;୪୦୦ ଗାଡ଼ି ଜବତ……
କଟିଲେ ୨୪.୩୩ ଲକ୍ଷ ଭୋଟର…..
ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍ଏମ୍ଡିଆର୍ ବିଲ୍……