ରିପୋର୍ଟ କାର୍ଡ / ପିପିଲି
ମ୍ୟୁଟେସନ କେସର ଫାଇଲ ଆଗକୁ ବଢ଼ାଇବା ଲାଗି ୬୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ପିପିଲି ତହସିଲର ବନ୍ତଳସିଂହ ଆରଆଇ ଜୀବନ କ୍ରିଷ୍ଣା ପରିଡ଼ା। ଜଣେ ଆବେଦନକାରୀଙ୍କ ୬ଟି ପ୍ଲଟର ମ୍ୟୁଟେସନ କେସ୍ ଫାଇଲ ପ୍ରୋସେସ କରିବା ପାଇଁ ୯୦ ହଜାର ଟଙ୍କା ଦାବି କରିଥିଲେ। ଏ ନେଇ ଆବେଦନକାରୀ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଯୋଜନା ଅନୁସାରେ, ଆରଆଇ ଜୀବନ କ୍ରିଷ୍ଣା ଆବେଦନକାରୀଙ୍କଠାରୁ ପ୍ରାଥମିକ ଭାବେ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ମାଡ଼ି ବସିଥିଲେ। ଭିଜିଲାନ୍ସ ଅଧିକାରୀ ତାଙ୍କଠାରୁ ଲାଞ୍ଚ ଅର୍ଥ ଜବତ କରିଥିଲେ। ଏହା ପରେ ଭିଜିଲାନ୍ସ ପକ୍ଷରୁ ଜୀବନଙ୍କ ଏକାଧିକ ସ୍ଥାନରେ ଚଢ଼ାଉ କରାଯାଇଛି। ଏ ନେଇ ଭୁବନେଶ୍ଵର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହୋଇଛି।






More Stories
ଘୂର୍ଣ୍ଣିଝଡ଼ ସମ୍ଭାବନା କମ୍….
ଏସିଆନ୍ ଗେମ୍ସ: ଭାରତକୁ ୬ ସ୍ୱର୍ଣ୍ଣ, ୫ମ ସ୍ଥାନରେ ଭାରତ…..
ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ…..