Report Card Odisha

| Daily Odia News

ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି…..

ରିପୋର୍ଟ କାର୍ଡ / ଛତିଶଗଡ଼

ଛତିଶଗଡ଼ର ବିଳାସପୁର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ଅନେକ ଯାତ୍ରୀ ଏଥିରେ ଆହତ ହୋଇଥିବାରୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟାରେ ଏହି ଦୁର୍ଘଟଣା ଘଟିଥିଲା। ବିଳାସପୁର ଷ୍ଟେସନ ନିକଟରେ ଏକ ମାଲଗାଡ଼ି ସହିତ ପାସେଞ୍ଜର ମେମୁ ଟ୍ରେନ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ତୀବ୍ର ଥିଲା ଯେ ଯାତ୍ରୀବାହୀ ଟ୍ରେନଟି ମାଲଗାଡ଼ି ଉପରେ ଚଢ଼ିଯାଇଥିଲା। ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆରପିଏଫ ଏବଂ ଅନ୍ୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଟ୍ରାକରେ ମାଲଗାଡ଼ି ଅଟକି ରହିଥିବାବେଳେ ଯାତ୍ରୀବାହୀ ଟ୍ରେନଟି ତାହାକୁ ଧକ୍କା ଦେଇଥିଲା ବୋଲି ସୂଚନା ମିଳିଛି। ଦୁର୍ଘଟଣା ପରେ ବିଳାସପୁର ଏବଂ କଟନି ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

Breaking News