ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କରୋନା ଲେଉଟାଣୀକୁ ଗୁରୁତର ସହ ନେଇଛନ୍ତି କେନ୍ଦ୍ର ସରକାର। କେତକ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି | ଏହାକୁ ଦୃଷ୍ଟିରେରଖି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କୋଭିଡ୍-ସମୀକ୍ଷା ବୈଠକ କରିଛନ୍ତି । କହିଛନ୍ତି କି ଲୋକଙ୍କୁ ଭୟଭୀତ ନ କରି ଆମେ ସଚେତନ କରିବା ଦରକାର। ଯେଉଁଠି ଜରୁରୀ ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ୍ କରାଯାଉ। କଣ୍ଟେନ୍ମେଣ୍ଟ ଓ ସର୍ଭେଲାନ୍ସ ପାଇଁ ଆବଶ୍ୟକ ଥିଲେ କରାଯାଉ। ଟେଷ୍ଟ, ଟ୍ରାକ୍ ଏବଂ ଟ୍ରିଟ୍କୁ ନେଇ ଆମକୁ କାର୍ଯ୍ୟ କରିବାକୁ ପଡ଼ିବ। ଦେଶର ସବୁ ରାଜ୍ୟରେ ଆର୍ଟିପିସିଆର୍ ଟେଷ୍ଟ ବଢ଼ାଇବା ଜରୁରୀ । ଦେଶରେ ଆର୍ଟି-ପିସିଆର୍ ଟେଷ୍ଟ୍ ହାର ୭୦ ପ୍ରତିଶରୁ ଅଧିକ ରଖାଯିବା ଜରୁରୀ। ଦେଶବାସୀଙ୍କୁ କରୋନାରୁ କିଭଳି ମୁକ୍ତି ମିଳିପାରିବ ସେ ନେଇ ଯୋଜନା ପ୍ରସ୍ତୁତ କରାଯିବା ଲାଗି ମୋଦି ସୂଚନା ଦେଇଛନ୍ତି । ଓଡ଼ିଶା, ଛତିଶଗଡ଼ ଆଦି ରାଜ୍ୟରେ ଆଣ୍ଟିଜେନ୍ ଟେଷ୍ଟକୁ ଗୁରୁତ୍ବ ଦିଆଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଆମେ କରୋନା ଯୁଦ୍ଧରେ ବିଜୟୀ ହୋଇଛୁ। ଏହି ଯୁଦ୍ଧରେ ବିଜୟୀ ପାଇଁ ଜନସାଧାରଣ ସବୁ କ୍ଷେତ୍ରରେ ସହଯୋଗ କରିଛନ୍ତି। ଆତ୍ମବିଶ୍ୱାସ ଯେଭଳି ହେୟ ଭାବରେ ପରିଣତ ନ ହେବ ସେଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଥିବା ସେ ପ୍ରକାଶ କରିଛନ୍ତି। ଛୋଟ ସହରରେ ନମୁନା ପରୀକ୍ଷା ବୃଦ୍ଧି କରାଯିବା ଉପରେ ଧ୍ୟାନ ଦେବାକୁ କହିଛନ୍ତି। ଜନସାଧାରଣଙ୍କ ସହଯୋଗରେ ଆସୁଥିବା କରୋନା ଭୂତାଣୁର ଦ୍ବିତୀୟ ଲହକୁ ମଧ୍ୟ ପ୍ରତିହତ କରିହେବ ଏବଂ କରୋନା ଯୁଦ୍ଧରେ ବିଜୟୀ ଲାଭ ହେବ ବୋଲି ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରକାଶ କରିଛନ୍ତି।






More Stories
ବିଜୁ ବାବୁଙ୍କୁ ଟାର୍ଗେଟ୍ କରିନଥିଲି…..
ନୀତିନ ନବୀନଙ୍କ ଇସ୍ତଫା…..
ଓଏଏସ୍ ସ୍ତରରେ ଅଦଳବଦଳ…..