Report Card Odisha

| Daily Odia News

ପିପିଲି ଉପନିର୍ବାଚନ ପାଇଁ ଗାଇଡ୍‌ଲାଇନ୍‌ ଜାରି କଲେ ନିର୍ବାଚନ କମିଶନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପିପିଲି ଉପନିର୍ବାଚନକୁ ଦୃଷ୍ଟରେ ରଖି ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ନିର୍ବାଚନ କମିଶନ । ଏନେଇ ପ୍ରେସ୍‌ମିଟ୍‌ ଜରିଆରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ସୂଚନା ମୁତାବକ କୋଭିଡ ଗାଇଡଲାଇନ ମାନି ଭୋଟ ଗ୍ରହଣ କରାଯିବ | ସେହିପରି କୋଭିଡ କଟକଣା ମଧ୍ୟରେ ପିପିଲି ଉପନିର୍ବାଚନ ହେବାକୁ ଥିବାବେଳେ ସମସ୍ତେ ମାସ୍କ ପିନ୍ଧିବାକୁ ନିୟମ କରାଯାଇଛି | ସେହିପରି ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ପୋଷ୍ଟାଲ ବ୍ୟାଲଟରେ ଭୋଟ ଦେଇପାରିବେ | ଦିବ୍ୟାଙ୍ଗ ଓ କରୋନା ଆକ୍ରାନ୍ତ ମଧ୍ୟ ପୋଷ୍ଟାଲ ବ୍ୟାଲଟରେ ଭୋଟ ଦେଇପାରିବେ | ତେବେ ଦିବ୍ୟାଙ୍ଗ ବ୍ୟକ୍ତି ଭିନ୍ନକ୍ଷମ ପ୍ରମାଣପତ୍ର ଦେଖାଇଲେ ହିଁ ପୋଷ୍ଟାଲ ବ୍ୟାଲଟରେ ଭୋଟ ଦେଇପାରିବେ | ନିର୍ବାଚନରେ ସମ୍ପୃକ୍ତ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଭାବେ ବିବେଚନା କରାଯିବ ଓ ନିର୍ବାଚନରେ ଭାଗ ନେଉଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ କରୋନା ଟିକା ଦିଆଯିବ | ସାମାଜିକ ଦୂରତା ଅବଲମ୍ବନ କରାଯିବା ସହ କୋଭିଡ ଗାଇଡଲାଇନ କିଭଳି ଅବଲମ୍ବନ କରାଯିବ ସେଥିପ୍ରତି ଦୃଷ୍ଟି ଦିଆଯିବ | ସୂଚନା ଥାଉ କି ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ ହେବ। ଏଥିପାଇଁ ମାର୍ଚ୍ଚ ୨୩ରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୦ରେ ରଖାଯାଇଛି। ମାର୍ଚ୍ଚ ୩୧ରେ ନାମାଙ୍କନଗୁଡ଼ିକ ଯାଞ୍ଚ ହେବ ଓ ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୩ ତାରିଖ ରଖାଯାଇଛି। ମେ’ ୨ ତାରିଖରେ ଭୋଟ ଗଣତି ସହ ଫଳାଫଳ ମଧ୍ୟ ପ୍ରକାଶ ପାଇବ। ସୂଚନାଯୋଗ୍ୟ ଯେ ୨୦୨୦ ଅକ୍ଟୋବର ୪ ତାରିଖରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ପିପିଲିରେ ଉପନିର୍ବାଚନ ହେଉଛି।

Breaking News