ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ୭ ତାରିଖରେ ପୁଣି ନୂଆପଡା ଯିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନୂଆପଡା ଓ ଖରିଆର ରୋଡରେ ପ୍ରଚାର କରିବେ ନବୀନ । ଏନେଇ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ନିଜେ ସୂଚନା ଦେଇଛନ୍ତି ନବୀନ ପଟ୍ଟନାୟକ । କୋମନା ସଭାରେ ଜନସମର୍ଥନ ମିଳିଥିବାରୁ ଧନ୍ୟବାଦ ଜଣାଇଛନ୍ତି । ଆସନ୍ତା ୭ତାରିଖରେ ନୂଆପଡାବାସୀଙ୍କ ଠାରୁ ଆର୍ଶୀବାଦ ନେବାକୁ ଯିବେ ବୋଲି ନବୀନ କହିଛନ୍ତି । ଗତ ୩ତାରିଖରେ ନୂଆପଡାର କୋମନାକୁ ଯାଇ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିଥିଲେ । ଏହି ସମୟରେ ସେ ବିଜେପି ଓ ଜୟ ଢୋଲକିଆଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ ।






More Stories
ବଢିବ ବିଧାନସଭା ସିଟ……
୭୧ ପ୍ରକଳ୍ପର ଶିଳାନ୍ୟାସ,ଲୋକାର୍ପଣ କଲେ ମନ୍ତ୍ରୀ…..
ଏଲିଭେଟେଡ଼ କରିଡ଼ର’ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ……