ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ୭ ତାରିଖରେ ପୁଣି ନୂଆପଡା ଯିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନୂଆପଡା ଓ ଖରିଆର ରୋଡରେ ପ୍ରଚାର କରିବେ ନବୀନ । ଏନେଇ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ନିଜେ ସୂଚନା ଦେଇଛନ୍ତି ନବୀନ ପଟ୍ଟନାୟକ । କୋମନା ସଭାରେ ଜନସମର୍ଥନ ମିଳିଥିବାରୁ ଧନ୍ୟବାଦ ଜଣାଇଛନ୍ତି । ଆସନ୍ତା ୭ତାରିଖରେ ନୂଆପଡାବାସୀଙ୍କ ଠାରୁ ଆର୍ଶୀବାଦ ନେବାକୁ ଯିବେ ବୋଲି ନବୀନ କହିଛନ୍ତି । ଗତ ୩ତାରିଖରେ ନୂଆପଡାର କୋମନାକୁ ଯାଇ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିଥିଲେ । ଏହି ସମୟରେ ସେ ବିଜେପି ଓ ଜୟ ଢୋଲକିଆଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ ।






More Stories
ବିଜେଡି ନେତାଙ୍କ ଘରେ IT ରେଡ…..
ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ…..
ପୀତବାସଙ୍କ ସପକ୍ଷରେ ଲଢିବେ ୨୦୯ ଆଇନଜୀବୀ…..