ରିପୋର୍ଟ କାର୍ଡ / ନୁଆଦିଲ୍ଲୀ
ଆମେରିକାରେ ଅହମ୍ମଦାବାଦ ଭଳି ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ବିଳମ୍ବିତ ରାତିରେ ଆମେରିକାରେ ଏକ ବଡ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଲୁଇସଭିଲ୍ ମହମ୍ମଦ ଅଲି ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡାଣ ଆରମ୍ଭ କରିବାର କିିଛି ସମୟ ପରେ ୟୁପିଏସ ଫ୍ଲାଇଟ୍ ୨୯୭୬ଦୁଘଁଟଣାଗ୍ରସ୍ତ ହୋଇଛି । ରନୱେରୁ ଉଡାଣ ଆରମ୍ଭ କରିବାକୁ ଚେଷ୍ଟା କରିବା ସୟରେ ମାଲବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ହୋଇଛନ୍ତି ।ବିମାନରେ ତିନି ଜଣ କ୍ରୁ ସଦସ୍ୟ ଥିଲେ । ବିମାନରେ ପ୍ରାୟ ୨ଲକ୍ଷ ୮୦ହଜାର ପାଉଣ୍ଡ ଇନ୍ଧନ ଥିଲା । ଦୁର୍ଘଟଣାପରେ ବିମାନଟି ଫର୍ନଭ୍ୟାଲି ରୋଡ୍ ଓ ଗ୍ରେଡ ଲେନରେ ଖସି ପଡି ବିସ୍ଫୋରଣ ହୋଇଥିଲା । ତେବେ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି ।






More Stories
ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ ପାଇଁ ଆବେଦନ, ଶୁକ୍ରବାର ଆସିବ କୋର୍ଟଙ୍କ ନିଷ୍ପତ୍ତି….
ଆଜି ଆସିବ ବିହାର ନିର୍ବାଚନ ଫଳାଫଳ…..
ଏକ୍ଜିଟ୍ ପୋଲ୍କୁ ଖାରଜ କଲେ ତେଜସ୍ୱୀ ଯାଦବ…..