ରିପୋର୍ଟ କାର୍ଡ / କଟକ
ଓଡ଼ିଶାର ଗୌରବ ତଥା ଐତିହାସିକ କଟକ ବାଲିଯାତ୍ରା ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ମହାନଦୀ କୂଳରେ ଆୟୋଜିତ ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନିଜେ ଉଦ୍ଘାଟନ କରିଛନ୍ତି। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ଭର୍ତ୍ତୃହରି ମହତାବ, ବିଧାୟିକା ସୋଫିଆ ଫିର୍ଦ୍ଦୋସ ଏବଂ ବିଧାୟକ ପ୍ରକାଶ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ବାଲିଯାତ୍ରା ପ୍ରାଚୀନ କାଳରେ ଓଡ଼ିଶାର ସାଧବମାନଙ୍କ ଦ୍ୱାରା ହେଉଥିବା ସାମୁଦ୍ରିକ ବାଣିଜ୍ୟର ସ୍ମୃତିକୁ ମନେ ପକାଇ ଦେଇଥାଏ। ଏହା ଏକ ବୃହତ ବାଣିଜ୍ୟ ମେଳା ଭାବେ ସର୍ବଭାରତୀୟ ସ୍ତରରେ ପ୍ରସିଦ୍ଧ।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..