ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅଣ୍ଡରୱାର୍ଲ୍ଡ ଡନ ଛୋଟା ରାଜନଙ୍କୁ ଆଜି ସ୍ୱତନ୍ତ୍ର ସିବିଆଇ କୋର୍ଟ ୧୦ ବର୍ଷର ଜେଲ ଓ ୫ ଲକ୍ଷ ଟଙ୍କାର ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ୨୦୧୩ରେ ଅଜୟ ଗୋସଲିୟାଙ୍କ ହତ୍ୟା ମାମଲାରେ ଶୁଣାଣୀ କରି କୋର୍ଟ ଏହି ରାୟ ଦେଇଛନ୍ତି । ବୁକି ତଥା ବିଲ୍ଡର ଅଜୟଙ୍କୁ ଏକ ମଲ ବାହାରେ ୩ଜଣ ବ୍ୟକ୍ତି ଗୁଳି କରି ହତ୍ୟା କରିଥିଲେ। ପୋଲିସ ତଦନ୍ତ କରିବା ପରେ ଛୋଟା ରାଜନ ସମ୍ପୃକ୍ତି ଥିବା ଜାଣି ପାରିଥିଲା । ୨୦୧୩ରେ ଏ ନେଇ ୭ଜଣଙ୍କ ବିରୋଧରେ ଚାର୍ଜଶିଟ ଦାଖଲ କରାଯାଇଥିଲା । ରାଜନଙ୍କୁ ବାଲୀରୁ ଗିରଫ କରାଯିବା ପରେ ଭାରତ ଅଣାଯାଇଥିଲା ଏବଂ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା ।






More Stories
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..
ମୋଦିଙ୍କ ଓଡ଼ିଶା ଗସ୍ତର କାର୍ଯ୍ୟସୂଚୀ…..
ଗୋଟିଏ ଟ୍ରାକ୍ ରେ ୨ ଟ୍ରେନ୍ ମୁହାଁମୁହିଁ…..