ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅଣ୍ଡରୱାର୍ଲ୍ଡ ଡନ ଛୋଟା ରାଜନଙ୍କୁ ଆଜି ସ୍ୱତନ୍ତ୍ର ସିବିଆଇ କୋର୍ଟ ୧୦ ବର୍ଷର ଜେଲ ଓ ୫ ଲକ୍ଷ ଟଙ୍କାର ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ୨୦୧୩ରେ ଅଜୟ ଗୋସଲିୟାଙ୍କ ହତ୍ୟା ମାମଲାରେ ଶୁଣାଣୀ କରି କୋର୍ଟ ଏହି ରାୟ ଦେଇଛନ୍ତି । ବୁକି ତଥା ବିଲ୍ଡର ଅଜୟଙ୍କୁ ଏକ ମଲ ବାହାରେ ୩ଜଣ ବ୍ୟକ୍ତି ଗୁଳି କରି ହତ୍ୟା କରିଥିଲେ। ପୋଲିସ ତଦନ୍ତ କରିବା ପରେ ଛୋଟା ରାଜନ ସମ୍ପୃକ୍ତି ଥିବା ଜାଣି ପାରିଥିଲା । ୨୦୧୩ରେ ଏ ନେଇ ୭ଜଣଙ୍କ ବିରୋଧରେ ଚାର୍ଜଶିଟ ଦାଖଲ କରାଯାଇଥିଲା । ରାଜନଙ୍କୁ ବାଲୀରୁ ଗିରଫ କରାଯିବା ପରେ ଭାରତ ଅଣାଯାଇଥିଲା ଏବଂ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା ।
More Stories
ନବ ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ନେଇ ଆବେଦନ…..
ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା;ସଞ୍ଜୟ ରାୟ ଦୋଷୀ ସାବ୍ୟସ୍ତ…..
ରାସନ କାର୍ଡ ନେଇଥିବା ଆୟକରଦାତାଙ୍କୁ ବାଦ୍ ଦିଆଯିବ…….