Report Card Odisha

| Daily Odia News

ପରଲୋକରେ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର ଦେଓଲ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭେଟେରାନ୍ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ର ଦେଓଲଙ୍କ ପରଲୋକ। ଏଏନ୍‌ଆଇ ସୂତ୍ରରୁ ପରଲୋକ ନେଇ ସୂଚନା ମିଳିଛି। ୮୯ ବର୍ଷ ବୟସରେ ମୁମ୍ବାଇ ବାସଭବନରେ ତାଙ୍କର ଦେହାନ୍ତ ଘଟିଛି। ବଲିଉଡର ବିଶିଷ୍ଟ ନିର୍ଦ୍ଦେଶକ କରଣ ଜୋହର ଧର୍ମେନ୍ଦ୍ରଙ୍କ ଦେହାନ୍ତ ନେଇ ପୋଷ୍ଟ କରିଛନ୍ତି । ଚଳଚ୍ଚିତ୍ର ନିର୍ଦ୍ଦେଶକ କରଣ ଜୋହର ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି – “ଏହା ଏକ ଯୁଗର ଅନ୍ତ….. ଜଣେ ବିଶାଳ ମେଗା ଷ୍ଟାର… ମୁଖ୍ୟଧାରାର ସିନେମାରେ ଜଣେ ହିରୋର ଅବତାର… ଅତ୍ୟନ୍ତ ସୁନ୍ଦର ଏବଂ ସବୁଠାରୁ ରହସ୍ୟମୟ ସ୍କ୍ରିନ୍ ଉପସ୍ଥିତି… ସେ ଭାରତୀୟ ସିନେମାର ଜଣେ ପ୍ରକୃତ କିମ୍ବଦନ୍ତୀ। ସିନେମା ଇତିହାସର ପୃଷ୍ଠାରେ ପରିଭାଷିତ ଏବଂ ସମୃଦ୍ଧ ଭାବରେ ଉପସ୍ଥିତ। ”

Breaking News