ରିପୋର୍ଟ କାର୍ଡ / ବରଗଡ଼
ବରଗଡ଼ ଧନୁଯାତ୍ରା ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୧ କୋଟି ଟଙ୍କାର ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ । ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ୨୦୦ କଳାକାରଙ୍କୁ ୧୦ ହଜାର ଲେଖାଏଁ ସମ୍ମାନ ସୂଚକ ରାଶି ମିଳିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ଅର୍ଥ ରାଶି ମଞ୍ଜୁର ହୋଇଛି। ଏଥିସହିତ ଧନୁଯାତ୍ରାର ବ୍ୟାପକ ପ୍ରଚାର ଓ ପ୍ରସାର ନିମନ୍ତେ ଏଲଇଡ଼ି ପରଦା ମାଧ୍ୟମରେ ଧନୁଯାତ୍ରାର ସିଧା ପ୍ରସାରଣ କରାଯିବ।ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ଓଡ଼ିଶା ବାହାରର ବିଭିନ୍ନ ରାଜ୍ୟରେ ମଧ୍ୟ ଏଲଇଡ଼ି ପରଦା ମାଧ୍ୟମରେ ଧନୁଯାତ୍ରାର ସିଧାପ୍ରସାରଣ କରାଯିବ । ଚଳିତ ବର୍ଷ ଡିସେମ୍ବର ୨୪ରୁ ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଧନୁଯାତ୍ରା ଅନୁଷ୍ଠିତ ହେବ। ବରଗଡ଼ ସହରର ପ୍ରମୁଖ ପ୍ରବେଶ ଦ୍ୱାରରେ ଧନୁଯାତ୍ରା ଥିମ୍ର ଗେଟ ନିର୍ମାଣ ବି ହେବ। ଧନୁଯାତ୍ରା ସମୟରେ ଭୁବନେଶ୍ୱର ଓ ପୁରୀରୁ ବରଗଡ଼କୁ ସ୍ବତନ୍ତ୍ର ଟୁରିଷ୍ଟ ବସ୍ ଚାଲିବ ବୋଲି ନିଷ୍ପତ୍ତି ହୋଇଛି। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଧନୁଯାତ୍ରା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ୱେବସାଇଟରେ ଏକ ଡିଜିଟାଲ କୁଇଜ ଅନୁଷ୍ଠିତ କରାଯାଇ ଡିଜିଟାଲ ପ୍ରମାଣପତ୍ର ପ୍ରଦାନ କରାଯିବାର ମଧ୍ୟ ବ୍ୟବସ୍ଥା ରହିବ।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..