ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମରକ୍କୋର ଫେଜ୍ ସହରରେ ଦୁଇଟି କୋଠା ଭୁଶୁଡ଼ି ପଡ଼ିବାରୁ ୧୯ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ପ୍ରାୟ ୧୬ଜଣ ଆହତ ହୋଇଥିବା ସୂଚନା ରହିଛି ।ସୂଚନା ଅନୁସାରେ, ମରକ୍କୋ ସମୟ ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଫେଜ୍ ସହରରେ ଦୁଇଟି ଚାରି ମହଲା କୋଠା ଭୁଶୁଡ଼ି ପଡ଼ିଥିଲା । ମରକ୍କୋ ଗଣମାଧ୍ୟମ ଅନୁଯାୟୀ, ଉକ୍ତ କୋଠା ଦୁଇଟିରେ ଆଠଟି ପରିବାର ବାସ କରୁଥିଲେ । ଘଟଣାରେ ୧୬ ଜଣ ଆହତ ହୋଇଥିଲା ବେଳେ ୧୯ ଜଣ ପ୍ରାଣ ହରାଇଛନ୍ତି । ଆହତମାନଙ୍କୁ କକିତ୍ସା ପାଇଁ ଫେଜ୍ର ଏକ ଚିକିତ୍ସା ବିଶ୍ୱବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି । ଭଗ୍ନାବଶେଷ ତଳେ ଫସି ରହିଥିବା ଅନ୍ୟମାନଙ୍କୁ ଖୋଜିବା ପାଇଁ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ମରକ୍କୋ ଗଣମାଧ୍ୟମ ପ୍ରକାଶ କରିଛି ।






More Stories
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..
ମୋଦିଙ୍କ ଓଡ଼ିଶା ଗସ୍ତର କାର୍ଯ୍ୟସୂଚୀ…..
ଗୋଟିଏ ଟ୍ରାକ୍ ରେ ୨ ଟ୍ରେନ୍ ମୁହାଁମୁହିଁ…..