ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ ଲେକ୍ ଷ୍ଟାଡିୟମରେ ଦେଖାଦେଇଥିବା ହିଂସା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ଷମା ମାଗିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଷ୍ଟାଡିୟମରେ ଦେଖାଯାଇଥିବା ଅବ୍ୟବସ୍ଥା ଉପରେ ଏକ ତଦନ୍ତ ଦଳ ଗଠନ କରିଛନ୍ତି । ଭବିଷ୍ୟତରେ ଏପରି ଘଟଣା ଏମିତି ନଘାତେ ସେଥିପାଇଁ ପଦକ୍ଷେପ ନେବାକୁ ସୁପାରିଶ କରିଛନ୍ତି । ପ୍ରଶଂସକମାନେ କ୍ରୋଧିତ ଥିଲେ ଯେ ଚଢ଼ା ମୂଲ୍ୟରେ ଟିକେଟ୍ କିଣିବା ସତ୍ତ୍ୱେ ସେମାନେ ମେସିଙ୍କ ଗୋଟିଏ ଝଲକ ମଧ୍ୟ ପାଇପାରିଲେ ନାହିଁ ।ସାମାଜିକ ଗଣମାଧ୍ୟମ ଏକ୍ସ ରେ ଏକ ପୋଷ୍ଟରେ ମମତା ବାନାର୍ଜୀ ଲେଖିଛନ୍ତି, ସଲ୍ଟ ଲେକ୍ ଷ୍ଟାଡିୟମରେ ଆଜି ଦେଖାଯାଇଥିବା ଭୁଲ ପରିଚାଳନା ପାଇଁ ମୁଁ ଗଭୀର ଭାବରେ ବିଚଳିତ ଏବଂ ମର୍ମାହତ । ମୁଁ ହଜାର ହଜାର କ୍ରୀଡା ପ୍ରେମୀ ଏବଂ ପ୍ରଶଂସକଙ୍କ ସହିତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଷ୍ଟାଡିୟମକୁ ଯାଉଥିଲି । ପ୍ରଶଂସକ ମାନେ ସେମାନଙ୍କର ପ୍ରିୟ ଫୁଟବଲ୍ ଖେଳାଳି ଲିଓନେଲ୍ ମେସିଙ୍କ ଏକ ଝଲକ ଦେଖିବାକୁ ଏକାଠି ହୋଇଥିଲେ । ମୁଁ ଏହି ଦୁର୍ଭାଗ୍ୟଜନକ ଘଟଣା ପାଇଁ ଲିଓନେଲ୍ ମେସିଙ୍କ ସହିତ ସମସ୍ତ କ୍ରୀଡା ପ୍ରେମୀ ଏବଂ ତାଙ୍କ ପ୍ରଶଂସକଙ୍କ ନିକଟରେ ଆନ୍ତରିକ ଭାବରେ କ୍ଷମା ପ୍ରାର୍ଥନା କରୁଛି।






More Stories
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……
ଏହି ଦେଶ ଉପରେ କଟକଣା ଲଗାଇଲା ଆମେରିକା…..
ମୋଦି,ଶାହା ଇସ୍ତଫା ଦେବା ଉଚିତ……