ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବାଂଲାଦେଶରେ ବର୍ତ୍ତମାନର ପରିସ୍ଥିତି ଭାରତ ପାଇଁ ୧୯୭୧ର ମୁକ୍ତି ଯୁଦ୍ଧ ପରଠାରୁ ସବୁଠୁ ବଡ଼ ରଣନୈତିକ ଆହ୍ୱାନ । କଂଗ୍ରେସର ବରିଷ୍ଠ ନେତା ଶଶି ଥରୁରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ସଂସଦୀୟ କମିଟି ନିଜ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ କରିଛନ୍ତି । ତେବେ ଏହି ପରିସ୍ଥିତି ଅରାଜକତା ଓ ଅବ୍ୟବସ୍ଥାରେ ପରିଣତ ହେବ ନାହିଁ , କିନ୍ତୁ ଭାରତକୁ ଏହାକୁ ସମ୍ଭାଳିବାରେ ଯତ୍ନବାନ୍ ହେବା ଦରକାର ବୋଲି ଏହି କମିଟି ସରକାରଙ୍କୁ ସୁପାରିଶ କରିଛି ।ଏହି କମିଟି ସରକାରଙ୍କୁ ଅନେକ ସୁପାରିଶ କରିଛି । ବାଂଲାଦେଶ ଆଶାନ୍ତ ହେବା ସହ ଭାରତ ବିରୋଧି କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଶେଖ୍ ହସିନାଙ୍କ ସରକାରର ପତ୍ତନ ପରେ ପାକିସ୍ତାନ ଏବଂ ଚୀନ୍ ଉଭୟ ଏହାର ଫାଇଦା ନେବା ପାଇଁ ଚେଷ୍ଟା କରୁଛନ୍ତି । ଅଶାନ୍ତିର ବିକାଶକୁ ଇସଲାମୀକ୍ କଟ୍ଟରପନ୍ଥୀମାନେ ବେଶ୍ ପ୍ରଶୟ ଦେଉଛନ୍ତି । ଚୀନ୍ ଓ ପାକିସ୍ତାନର ପ୍ରଭାବ ସହ ଶେଖ୍ ହାସିନାଙ୍କ ଅବାମୀ ଲିଗ୍ର ପତନ ଇସଲାମିକ୍ କଟ୍ଟର ବାଦକୁ ପ୍ରୋତ୍ସାହନ ଦେଉଛି ।‘୧୯୭୧ରେ ଆହ୍ୱାନ ଥିଲା ଅସ୍ତିତ୍ୱ, ମାନବୀୟ ଏବଂ ଏକ ନୂଆ ରାଷ୍ଟ୍ରର ଜନ୍ମ ମାତ୍ର ଏବେ ବାଂଲାଦେଶରେ ଅବସ୍ଥା ଭିନ୍ନ ପ୍ରକାରର । ଏହି କମିଟି ପିଢ଼ୀଗତ ଅସନ୍ତୁଳନ, ରାଜନୈତିକ ବ୍ୟବସ୍ଥାରେ ପରିବର୍ତ୍ତନ ଏବଂ ଭାରତଠାରୁ ଦୂରବର୍ତ୍ତୀ ଏକ ସମ୍ଭାବ୍ୟ ରଣନୈତିକ ପୁନର୍ଗଠନ।’ଚୀନର ବଢୁଥିବା ପ୍ରଭାବ , ପାକିସ୍ତାନ ସହ ବାଂଲାଦେଶର ସମ୍ପର୍କର ପୁନର୍ଗଠନ ଏବଂ ଚୀନର ବଢୁଥିବା ପ୍ରଭାବ ଉପରେ ଚିନ୍ତା ପ୍ରକାଶ କରିଛି। ବିଶେଷକରି ବାଂଲାଦେଶରେ ଚୀନ କରୁଥିବା ବନ୍ଦର ବିକାଶ ଏବଂ ପ୍ରତିରକ୍ଷା ସହଯୋଗକୁ ନେଇ କମିଟି ଚିନ୍ତା ପ୍ରକାଶ କରିଛି । ପୂର୍ବରୁ ପ୍ରତିବନ୍ଧିତ ଜମାତ୍-ଏ-ଇସ୍ଲାମୀ ଏବେ ବାଂଲାଦେଶରେ ନିର୍ବାଚନ ପାଇଁ ନିଜ ଦଳକୁ ପଞ୍ଜୀକରଣ କରିଛି , ଏହା ଆଗାମୀ ନିର୍ବାଚନରେ ଭାଗ ନେଇପାରିବ । ବାଂଲାଦେଶରେ ଅନ୍ତରୀଣ ସରକାର ଅବାମୀ ଲିଗ୍ ଉପରେ ପ୍ରତିବନ୍ଧ ଲଗାଇଛି, ଏହା ନିର୍ବାଚନରେ ଅଂଶଗ୍ରହଣ କରିପାରିବ ନାହିଁ ଏହାକୁ ନେଇ ଶଶି ଥରୁରଙ୍କ ଅଧ୍ୟକ୍ଷତାରେ ଗଠିତ ସଂସଦୀୟ କମିଟି ଭାରତକୁ ନିଜର ରଣନୀତି ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ।






More Stories
ବୀମା ଟଙ୍କା ପାଇଁ ବାପାକୁ ସାପ ଚୋଟ…..
ଇମ୍ରାନ୍ ଖାନ୍ ଏବଂ ବୁଶରା ବିବିଙ୍କୁ ଜେଲ୍ ଦଣ୍ଡ……
ଆମେରିକା ପ୍ରତିରକ୍ଷା ସଚିବଙ୍କ କଡ଼ା ଚେତାବନୀ…..