ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଉ ୯ ଦିନର ମହଲତ। ଗାଡିର ପ୍ରଦୂଷଣ ସାର୍ଟିଫିକେଟ ନଥିଲେ ନୂଆ ବର୍ଷରୁ ଗଣିବେ ୧୦ ହଜାର ଟଙ୍କା ତଣ୍ଡ। ଜାନୁଆରୀ ୧ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ମାସରୁ ମୋଟର ଯାନ ଆଇନ ଉଲଂଘନ ନେଇ କଡ଼ାକଡ଼ି ହେବ ଯାଞ୍ଚ। ପୂର୍ବରୁ ମୋଟର ଯାନ ଅଧିନିୟମରେ ଗାଡିର PUCC ବାଧ୍ୟତାମୂଳକ ଥିବା ବେଳେ ପୋଲିସ ଓ ପରିବହନ ବିଭାଗ ରାଜ୍ୟରେ ଏହାର ଯାଞ୍ଚ କଡ଼ାକଡ଼ି କରିନଥିଲେ। ଦିଲ୍ଲୀ ପରେ ଓଡ଼ିଶା ସହର ମାନଙ୍କରେ ପ୍ରଦୂଷଣ ମାତ୍ରା ବଢୁଥିବାରୁ ଆଇନର ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଯାଉଛନ୍ତି ସରକାର । ଗତକାଲି ଭୁବନେଶ୍ବର ସ୍ଥିତ ଆରଟିଓ-୧ କାର୍ଯ୍ୟାଳୟରେ ପେଟ୍ରୋଲ ଡିଲର ଆସୋସିଏସନ, ତୈଳ କମ୍ପାନୀ ଓ ପରିବହନ ବିଭାଗ ଅଧିକାରୀଙ୍କ ଭିତରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସମସ୍ତ ଗାଡ଼ିର ପୂଦୂଷଣ ସାର୍ଟିଫିକେଟ କିଭଳି ମିଳିପାରିବ ସେନେଇ ବ୍ୟବସ୍ଥା କରିବାକୁ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା। ପ୍ରଥମ ଥର ଉଲଂଘନ କରିଥିବା ଗାଡି ଚାଳକଙ୍କୁ କିଛି ମାତ୍ରାରେ କୋହଳ କରିବାର ବ୍ୟବସ୍ଥା ଥିଲେ ବି PUCC ସାର୍ଟିଫିକେଟ ନବୀକରଣ ନକରିଥିବା ଗାଡ଼ି ମାଲିକ ତୁରନ୍ତ PUCC ସାର୍ଟିଫିକେଟ କରାଇନେବାକୁ ପରିବହନ କମିଶନର ଅପିଲ୍ କରିଛନ୍ତି।





More Stories
୨୪ରେ ରାଜ୍ୟ କ୍ୟାବିନେଟ……
ବିଧାୟକଙ୍କ ଦରମା ବୃଦ୍ଧି ନେଇ ହାଇକୋର୍ଟରେ ମାମଲା…..
ଗଠନ ହେବ ୨୪ ନୂଆ ଏନଏସି ଓ ୫ ପୌର ପରିଷଦ……