ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହିଂସା ଅଧ୍ୟୁଷିତ ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କ ଉପରେ ଆକ୍ରମଣ ହୋଇଛି। ଆକ୍ରମଣର ଶିକାର ହୋଇଥିବା ହିନ୍ଦୁ ହେଉଛନ୍ତି ଖୋକନ ଚନ୍ଦ୍ର (୫୦)। ଖୋକନ ଚନ୍ଦ୍ର ବୁଧବାର ରାତି ପ୍ରାୟ ୯ଟାରେ ତାଙ୍କ ଔଷଧ ଦୋକାନ ବନ୍ଦ କରି ଫେରୁଥିବାବେଳେ ସରିଆତପୁର ଠାରେ କେତେକ ଦୁର୍ବୃତ୍ତ ତାଙ୍କୁ ରାସ୍ତାରେ ଅଟକାଇ ଛୁରାମାଡ କରିଥିଲେ। ଛୁରାମାଡ ପରେ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ତେବେ ଖୋକନ ଦୁର୍ବୃତ୍ତଙ୍କ କବଳରୁ ଖସିଆସି ଏକ ପୋଖରୀକୁ ଡେଇଁ ପଡିଥିଲେ। ତାଙ୍କୁ କେତେକ ସ୍ଥାନୀୟ ଲୋକ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଏବେ ଗୁରୁତର ରହିଛି। ଖୋକନ ଚତୁର୍ଥ ସଂଖ୍ୟାଲଘୁ ହିନ୍ଦୁ ଯାହାଙ୍କ ଉପରେ ଆକ୍ରମଣ ହୋଇଛି। ଏହା ପୂର୍ବରୁ ଦୀପୁ ଚନ୍ଦ୍ର ଦାଶ, ଅମୃତ ମଣ୍ଡଳ ଓ ବଜେନ୍ଦ୍ର ବିଶ୍ବାସ ଭଳି ତିନି ଜଣ ହିନ୍ଦୁ ହିଂସାକାରୀଙ୍କ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ବାଂଲାଦେଶର ଛାତ୍ରନେତା ସରିଫ ଓସମାନ ହାଦିର ମୃତ୍ୟୁ ପରଠାରୁ ଦେଶରେ ହିଂସା ଲାଗି ରହିଛି।






More Stories
ଲୋକସଭାରେ ଟ୍ରାନ୍ସଜେଣ୍ଡର ବିଲ୍ ଗୃହୀତ…..
ଧର୍ମ ପରିବର୍ତ୍ତନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ….
ଏପ୍ରିଲ ୯ ସୁଦ୍ଧା ଶେଷ ହେବ ଯୁଦ୍ଧ !…..