ରିପୋର୍ଟ କାର୍ଡ / ଭୁବନେଶ୍ୱର
ଲୋକସେବା ଭବନ ସମ୍ମୁଖରେ ମାଳ ମାଳ ରିଲ୍ସ କରିବାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଲୋକସେବା ଭବନରେ କାର୍ଯ୍ୟ କରୁଥିବା ବ୍ୟକ୍ତି ହୁଅନ୍ତୁ କି ବାହାର ଲୋକ, ସେଠାରେ ରିଲ୍ସ କରିବାର କୌଣସି ଅବକାଶ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ଯଦି ଏପରି କିଛି ଘଟଣା ହେଉଛି ସୁରକ୍ଷା ଅଧିକାରୀମାନେ ଏହା ଉପରେ ନଜର ରଖିବେ ଏବଂ ପୋଲିସ ବିଭାଗ ମଧ୍ୟ ଯଥାର୍ତ ପଦକ୍ଷେପ ନେବ । ଲୋକସେବା ଭବନ ସାଧାରଣ ଲୋକଙ୍କ ସେବା ଓ ଶାସନ ତନ୍ତ୍ରକୁ ନିୟନ୍ତ୍ରଣ କରିବା । ଲୋକସବା ଭବନର ଲୋକ ହୁଅନ୍ତୁ କି ବାହାର ଲୋକ ସେମାନଙ୍କ ଉପରେ ସୁରକ୍ଷା ଅଧିକାରୀ ନଜର ରଖିବେ । ଏହା ଉପରେ ଗୃହ ବିଭାଗ ତର୍ଜମା କରିବା ପରେ କିଛି ନିର୍ଦ୍ଦେଶାବାଳୀ ଜାରି କରିପାରନ୍ତି । ଗତକାଲି ନୂଆବର୍ଷ ଅବସରରେ ଲୋକସବା ଭବନର ବିଭିନ୍ନ ଅଧିକାରୀ ମାନେ ରିଲ୍ସ କରୁଥିବା ନଜର ଆସିଥିଲା । ଅଧିକାରୀମାନେ ସଜାଗ ହେବା କଥା, ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀମାନେ ମଧ୍ୟ ଏହା ଉପର ନଜ ଦିଅନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି ।






More Stories
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..