Report Card Odisha

| Daily Odia News

ଖଣ୍ଡଗିରିରେ ହେବନି ଅଶ୍ଳୀଳ ନୃତ୍ୟ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ମାଘ ମେଳା ପାଖେଇ ଆସୁଥିବା ବେଳେ ଅଶ୍ଳୀଳ ନୃତ୍ୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମେୟର ସୁଲୋଚନା ଦାସ । ଖଣ୍ଡଗିରି ମାଘ ମେଳାରେ ହେବନି ଅଶ୍ଳୀଳ ନୃତ୍ୟ । ମୋଟ ସାତୋଟି ପେଣ୍ଡାଲରେ ଯାତ୍ରା ପରିବେଷଣ ହେବ । ତେବେ ଯାତ୍ରା ସମୟରେ କୌଣସି ଅଶ୍ଳୀଳ ନୃତ୍ୟ କରିପାରିବେ ନାହିଁ । ମେଳାରେ ଲାଗିବ ୧୦୦ଟି ସିସିଟିଭି । ବିଏମସିର ପ୍ରସ୍ତିତି ବୈଠକ ପରେ ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି । ଅଶ୍ଳୀଳ ନୃତ୍ୟକୁ ବାରଣ କରାଯାଇଥିବା ବେଳେ ଚୋରି ରୋକିବା ପାଇଁ ଅଧିକ ପୋଲିସ ଫୋର୍ସ ମୁତୟନ କରାଯିବ । ସେହିପରି ସାଧୁସନ୍ଥଙ୍କ ରହିବା, ଖାଇବା ଏବଂ ଶୌଚାଳୟ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବା ନେଇ ମେୟର କହିଛନ୍ତି । ତେବେ ଖଣ୍ଡଗିରି ମେଳା କିପରି ସୁରୁଖୁରୁରେ ସରିବ ସେନେଇ ସମସ୍ତ ପ୍ରକାର ପ୍ରସ୍ତୁତି କରାଯିବ ।

Breaking News