ରିପୋର୍ଟ କାର୍ଡ / ଭୁବନେଶ୍ୱର
ଲର୍ଣ୍ଣର୍ସ ଲାଇସେନ୍ସର ବୈଧତା ଅବଧି ଆଉ ୩ ମାସ ବଢାଇଲେ ରାଜ୍ୟ ସରକାର। ବୈଧତା ଅବଧିକୁ ୨୦୨୧ ଜୁନ୍ ୩୦ ଯାଏଁ ବଢାଯାଇଥିବା ଟ୍ୱିଟ ଯୋଗେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି ସମୟ ସୀମା ଥିଲା। କୋଭିଡ୍ କଟକଣା ଯୋଗୁଁ ଆରଟିଓରେ ସୀମିତ ସଂଖ୍ୟକ ଡିଏଲ୍ ଆବେଦନକାରୀଙ୍କ ସ୍ଲଟ୍ ବୁକିଂ ହେଉଛି। ତେଣୁ ଲର୍ଣ୍ଣର୍ସ ଲାଇସେନ୍ସ ଥିବା ଗାଡ଼ିଚାଳକ ଡିଏଲ୍ ଫାଇନାଲ୍ ଟେଷ୍ଟ୍ ପାଇଁ ସ୍ଲଟ୍ ବୁକିଂରେ ଅସୁବିଧା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଜଣାପଡିଛି । ପୂର୍ଵସୂଚନା ଅନୁସାରେ- ସେହି ସମସ୍ୟା ଦେଖାଦେଇଥିବାରୁ ରାଜ୍ୟ ସରକାର ଆଗରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଓ ପରେ ଆଉ ୩ ମାସ ଅର୍ଥାତ୍ ମାର୍ଚ୍ଚ ୩୧ ଯାଏଁ ବଢାଇଥିଲେ। ତେବେ ଏହି ଅବଧି ପୂରିବାକୁ ଆଉ ୧୦ ଦିନ ବାକି ଥିବାବେଳେ ସରକାର ପୁଣି ଲର୍ଣ୍ଣିଂ ଲାଇସେନ୍ସ ବୈଧତାକୁ ବଢାଇଛନ୍ତି।






More Stories
ଆଜି ପ୍ରବଳ ବର୍ଷିବ,୫ ଜିଲ୍ଲାକୁ ରେଡ୍ ଓ୍ବାର୍ନିଂ ଜାରି…..
୫ କଏଦୀ ଏଚଆଇଭି ପଜିଟିଭ ଚିହ୍ନଟ…..
ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ…..