ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ପରାକ୍ରମ ଦିବସରେ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଆଜି ଏକ ଗୌରବମୟ ତାରିଖ । ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମବାର୍ଷିକୀ । ନେତାଜୀଙ୍କ ବୀରତ୍ୱ ଓ ସାହସିକତା ଆଜି ଆମକୁ ପ୍ରେରଣା ଦେଉଛି । ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ପରାକ୍ରମ ଦିବସ ପାଇଁ ମୁଖ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଆଣ୍ଡାମାନ ଭୂମି ସ୍ଥିରତାର ପ୍ରତୀକ ଭାବରେ ଠିଆ ହୋଇଛି, ଯେଉଁଠାରେ ସ୍ୱାଧୀନତାର ଆତ୍ମା ଅମର ରହିଛି । ସେଠାରେ ଅନେକ ସ୍ୱାଧୀନତା ସଂଗ୍ରାମୀ ନିର୍ଯାତନା ସହିଥିଲେ ଏବଂ ନିଜ ଜୀବନ ବଳିଦାନ ଦେଇଥିଲେ । ତଥାପି କଠିନ ପରିସ୍ଥିତିକୁ ସମ୍ମୁଖୀନ କରିଥିଲେ । ଏହି ସଂଗ୍ରାମ ସ୍ୱାଧୀନତା ସଂକଳ୍ପକୁ ଆହୁରି ମଜବୁତ କରିଥିଲା । ଏହି ଅବସରରେ, ମୁଁ ପରାକ୍ରମ ଦିବସରେ ମୋର ସମସ୍ତ ଦେଶବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି ।






More Stories
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..
ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି ଜଗ୍ ଲଡକି…..
ରାଜନୀତିରେ କେବେ ପୂର୍ଣ୍ଣଚ୍ଛେଦ ପଡ଼ିନଥାଏ…..