Report Card Odisha

| Daily Odia News

ଓଡିଶା ଗସ୍ତ ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଷ୍ଟ୍ରପତିଙ୍କ ଗସ୍ତକୁ ଆଖି ଆଗରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଛତିଶା ନିଯୋଗ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ଏହି ବୈଠକଟି ଶ୍ରୀମନ୍ଦିରର ମୁଖ୍ୟପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ କରାଯାଇଛି। ​‌ବୈଠକରେ ପୁରୀ ଜିଲାପାଳ,ପୁରୀ ଆରକ୍ଷୀ ଆଧୀକ୍ଷକ, ଛତିଶା ନିଯୋଗ ସେବାୟତ ପ୍ରତିନିଧିମାନେ ଯୋଗ ଦେଇଥିଲେ। ମହାପ୍ରଭୁଙ୍କୁ ନୀତିକାନ୍ତି ଶୃଙ୍ଖଳିତ କରାଯିବ ନେଇ ବୈଠକରେ ଆଲୋଚନା ହୋଇଥିଲା। ଆସନ୍ତାମାସ ଫେବୃଆରୀ ୨ରୁ ୬ ଦିନିଆ ଓଡିଶା ଗସ୍ତ​‌ରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗ୍ରସ୍ତ ସମୟରେ ରାଷ୍ଟ୍ରପତି ମହାପ୍ରଭୁଙ୍କ ଦର୍ଶନ କରିବା ନେଇ କାର୍ଯ୍ୟସୂଚୀ ରହିଛି। ଓଡ଼ିଶା ଗସ୍ତରେ ସମୟରେ ରାଷ୍ଟ୍ରପତି ଯାଜପୁର, ବାଲେଶ୍ବର, ପୁରୀ, ମୟୂରଭଞ୍ଜ ଏବଂ ଭୁବନେଶ୍ବରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ।

Breaking News