ରିପୋର୍ଟ କାର୍ଡ / ଭୁବନେଶ୍ୱର
ପଠାଣିସମାନ୍ତ ମେଧାବୃତ୍ତି ପରୀକ୍ଷା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ମାଧ୍ୟମିକ ଶିକ୍ଷା ପରିଷଦ,ଓଡିଶା। ବୁଧବାର କିଛି କୃଷକ ସଂଗଠନ ଓଡିଶା ବନ୍ଦ ଡାକରା ଦେଇଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ପଡିବାର ସମ୍ଭାବନା ରହିଛି। ଏନେଇ ବନ୍ଦର ପ୍ରଭାବ ପରୀକ୍ଷାର୍ଥୀଙ୍କର ଗମନାଗମନ ଠାରୁ ଆରମ୍ଭ କରି ପରୀକ୍ଷାଗାରରେ କୌଣସି ପ୍ରଭାବ ନପଡିବ ସେ ଲାଗି ସମସ୍ତ ଜିଲ୍ଲାପାଳମାନ ଙ୍କୁ ନିର୍ଦେଶ ଦେଇଛି ପରିଷଦ। ପରିଷଦ ପକ୍ଷରୁ ରାଜ୍ୟରେ ମୋଟ ୪୩୬ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ। ସକାଳ୧୦ଟାରୁ ମଧ୍ୟାହ୍ମ୧ଟା ପର୍ଯ୍ୟନ୍ତ ପରୀକ୍ଷାଗାରରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ।






More Stories
ଆଶୁତୋଷ ପରିଡ଼ାଙ୍କୁ ଶାରଳା ପୁରସ୍କାର…..
ଓଡ଼ିଶାକୁ ୭,୨୨୧ କୋଟି ମଞ୍ଜୁରୀ…..
ବୈଷୟିକ ଶିକ୍ଷାରେ ଲାଗୁ ହେବ ଜାତୀୟ ଶିକ୍ଷାନୀତି…..