ରିପୋର୍ଟକାର୍ଡ / ନୂଆଦିଲ୍ଲୀ
ଆଜି ସଂସଦରେ ଖୋଲିବ ରାଜସ୍ବ ପେଡ଼ି। କେନ୍ଦ୍ରୀୟ ବଜେଟ୍ ଆଗତ କରିବେ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ ଭାବେ ସଂସଦରେ ଏହା ତାଙ୍କର ନବମ ବଜେଟ୍ ହେବ । ତେବେ ବଜେଟରେ କେଉଁ ବିଭାଗ ପାଇଁ କେତେ ଅର୍ଥ ବରାଦ କରାଯିବ, କେଉଁ କେଉଁ ସୌଖୀନ ସାମଗ୍ରୀର ମୂଲ୍ୟ ବଢିବ, କେଉଁ ଅତ୍ୟାବଶ୍ୟକ ଦ୍ରବ୍ୟରେ ଦର ଖସିବ। ଆୟକର ବ୍ୟବସ୍ଥାରେ ରିହାତି ମିଳିବ କି ନାହିଁ, ସୁନା ଓ ରୂପାର ଦର ଉପରମୁହାଁ ନା ତଳମୁହାଁ ହେବ ତା ଉପରେ ରହିଛି ସାରା ଦେଶବାସୀଙ୍କ ନଜର ରହିଛି। ତେବେ ବଜେଟ୍ ପୂର୍ବରୁ ଆଜି ବଜେଟ୍ ଫାଇଲ୍ ସହ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମହାମହିମ ରାଷ୍ଟ୍ରପତିଙ୍କୁ ବଜେଟ୍ କପି ପ୍ରଦାନ କରାଯାଇଥିବାବେଳେ ୨୦୨୬-୨୭ ବଜେଟକୁ ମଞ୍ଜୁରୀ ଦେଇଛନ୍ତି ।






More Stories
ନିର୍ବାଚନରେ ଜିତିଲେ ଦିଦି;ଭାଜପା ଚିତ୍ପଟାଙ୍ଗ…..
ରାମମନ୍ଦିର ଦାନ ଅର୍ଥ ଆତ୍ମସାତ୍ ମାମଲା;ଚମ୍ପତ ରାୟ,ଅନିଲ ମିଶ୍ର ଦୋଷମୁକ୍ତ…..
ଯୁବଶକ୍ତି ଦେଶର ସବୁଠୁ ମୂଲ୍ୟବାନ ସମ୍ପତ୍ତି…..