Report Card Odisha

| Daily Odia News

ବିଜେପି ଛାଡ଼ିଲେ ଜୀବନ ପ୍ରଦୀପ ଦାଶ….

ରିପୋର୍ଟ କାର୍ଡ / ବାଲେଶ୍ବର

ବାଲେଶ୍ବରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ଦଳର ରାଜ୍ୟ ସଭାପତିଙ୍କୁ ପଠାଇ ଦେଇଛନ୍ତି। ଏନେଇ ସେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ବିଜେପିରେ ସାମିଲ ହେବାର ଦୁଇଦିନ ପରେ ସେ ଦଳ ଛାଡ଼ିଛନ୍ତି। ରବୀନ୍ଦ୍ରଙ୍କୁ ଦଳରେ ସାମିଲ କରାଯିବାରୁ ସେ କ୍ଷୁବ୍ଧ ହୋଇ ଇସ୍ତଫା ଦେଇଛନ୍ତି। ଶ୍ରୀ ଦାଶ କହିଛନ୍ତି, ୨୦୨୧ରେ ସେ ବିଜେପିକୁ ଫେରିଥିଲେ। ଦଳର ନୀତି ଆଦର୍ଶକୁ ସମ୍ମାନ ଦେଇ ଶୃଙ୍ଖଳିତ କର୍ମୀ ଭାବେ ଶୀର୍ଷ ନେତୃତ୍ବଙ୍କ ନିର୍ଦେଶରେ କାର୍ଯ୍ୟ କରୁଥିଲେ। ମାତ୍ର ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତକୁ ସୁରକ୍ଷା ଦେବା ପାଇଁ ବିଜେପିର ରାଜ୍ୟ ମୁଖ୍ୟ ତାଙ୍କୁ ଦଳରେ ମିଶାଇଲେ। ମାର୍ଚ୍ଚ ୧୨ରେ ଥିବା ଚିଟ୍‌ଫଣ୍ଡ ମାମଲାର ଶୁଣାଣିରେ ତାଙ୍କୁ ସୁରକ୍ଷା ମିଳିଲା। ଏଥିସହ ମାମଲାର ଶୁଣାଣିକୁ ଆସନ୍ତା ଏପ୍ରିଲ ୧୩ ଯାଏଁ ଘୁଞ୍ଚାଇ ଦିଆଗଲା। ସବୁଠାରୁ ବଡ଼କଥା ହେଲା, ରବୀନ୍ଦ୍ରଙ୍କ ବିଜେପିରେ ଯୋଗଦାନ ସମ୍ପର୍କରେ ଦଳର ଜିଲା କର୍ମକର୍ତ୍ତାଙ୍କୁ ଅବଗତ କରାଯାଇ ନାହିଁ କିମ୍ବା ସେମାନଙ୍କର ମତାମତ ବି ନିଆଯାଇ ନାହିଁ। ଯେଉଁଭଳି ପରିସ୍ଥିତିରେ ଜଣେ ଅଭିଯୁକ୍ତକୁ ଦଳରେ ମିଶାଗଲା ତାହା ବିଜେପିର ମୌଳିକ ଆଦର୍ଶର ଅବକ୍ଷୟ ଆଶଙ୍କାକୁ ଘନୀଭୂତ କରିଛି।

Breaking News