ରିପୋର୍ଟ କାର୍ଡ / ଦେବଗଡ଼
ଦେବଗଡ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଗରିଆପାଲି ଗାଁର ବହୁଚର୍ଚ୍ଚିତ ଟ୍ରିପଲ୍ ମର୍ଡରର ଅଭିଯୁକ୍ତ ରମେଶ ଗରିଆ (୫୨) ଆଜି ଗିରଫ ହୋଇଛି। ଅଭିଯୁକ୍ତ ଜଣକ ଗାଁ ନିକଟସ୍ଥ ଏକ ପାଣିଟାଙ୍କି ଉପରେ ଲୁଚିଥିଲା। ଖବର ପାଇ ଘଟଣା ସ୍ଥଳକୁ ପୋଲିସ ଓ ଦମକଳବାହିନୀ ପହଞ୍ଚିଥିଲେ। ପାଣି ପ୍ରକଳ୍ପ ଉପରକୁ ଯାଇ ଉଦ୍ଧାର କରିଥିଲେ। ପରେ ପୋଲିସତାକୁ ଗିରଫ କରିଛି। ଗତ ବୁଧବାର ବିଳମ୍ବିତ ରାତିରେ ରମେଶ ସ୍ତ୍ରୀ, ବୋହୂ ଓ ନାତୁଣୀଙ୍କୁ ହାଣି ହତ୍ୟା କରିଥିଲା। ଏବଂ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ରମେଶଙ୍କ ପୁଅ ଏନେଇ ଲିଖିତ ଅଭିଯୋଗ କରିଥିଲେ । ଆଜି କୁଣ୍ଢେଇଗୋଳା ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।ଅଭିଯୁକ୍ତ ଜଣଙ୍କ ପାଣିଟାଙ୍କି ଉପରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ପୋଲିସ ଗୁରୁତର ଅବସ୍ଥାରେ ତାଙ୍କୁ କାବୁ କରି କୁଣ୍ଢେଇଗୋଳା ଡାକ୍ତରଖାନାରେ ଭର୍ତ୍ତି କରିଛି।






More Stories
ନୂଆ ରୂପରେ ଆସିବ ମେଟ୍ରୋ…..
ଓଡିଆରେ ମିଳିବ ମାଟ୍ରିକ ସାର୍ଟିଫିକେଟ୍….
ଦୁଗ୍ଧ ଲିଟର ପିଛା ୧ଟଙ୍କା…..