ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ ଭାଜପା ବିଧାୟକ ଜୟନାରାୟଣ ମିଶ୍ର ମୁହାଁମୁହିଁ ହୋଇଛନ୍ତି। ଘୋଡ଼ା ବେପାର ନେଇ ଦୁଇ ନେତା ପରସ୍ପରକୁ ଆକ୍ଷେପ କରିଛନ୍ତି । ବିଜେପି ଘୋଡ଼ା ବେପାର କରୁଛି। ଏହା ଅପରାଧ ବୋଲି ନବୀନ କହିଥିବାବେଳେ ଜୟନାରାୟଣ କହିଛନ୍ତି ନବୀନଙ୍କର ଘୋଡ଼ା ବେପାରର ଅଭିଜ୍ଞତା ରହିଛି। ଆମେ ଘୋଡ଼ା ବେପାର କରୁନୁ, ବିବେକାନୁମୋଦିତ ଭୋଟ୍ ମାଗିଛୁ। ବିଜେଡି ବୁଡ଼ିଲା ଡଙ୍ଗା, ସିଏ ଡଙ୍ଗାରେ କିଏ କାହିଁ ବସିବେ। ଏଥିରୁ ନବୀନ ପରାଜୟ ସ୍ବୀକାର କରୁଥିବା ଜଣାପଡ଼ିଗଲାଣି ବୋଲି ଜୟନାରାୟଣ କହିଛନ୍ତି।





More Stories
ବିଦ୍ୟାଭାରତୀ ଚାକିରିରୁ ନିଲମ୍ବିତ…..
ଚାଷ ଜମି ବୁଲିଲେ, ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ…..
ଭିଜିଲାନ୍ସ ଜାଲରେ ୭୦୬ ସରକାରୀ ବାବୁ……