ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି। ବିଧାନସଭା ୫୪ ନଂ ପ୍ରକୋଷ୍ଠରେ ଚାଲିଛି ଭୋଟିଂ। ଅପରାହ୍ଣ ୪ଟା ଯାଏ ମତଦାନ ପ୍ରକ୍ରିୟା ଚାଲିବ। ମତଦାନ ଶେଷ ହେବା ପରେ ୫ଟାରେ ଗଣତି କରାଯିବ। ଭୋଟିଂରେ ଅନେକ ବିଧାୟକ ସାମିଲ ହୋଇଛନ୍ତି । ବିଜେଡିରୁ ନିଲମ୍ବିତ ବିଧାୟକ ସନାତନ ମହାକୁଡ଼ ମଧ୍ୟ ଭୋଟ ଦେଇଛନ୍ତି। ଭୋଟ ଦେବା ପରେ ସେ କହିଛନ୍ତି, ରାଜ୍ୟରେ ସ୍ବାର୍ଥ ପାଇଁ ଯିଏ କାମ କରିବ ତାଙ୍କୁ ଭୋଟ ଦେଇଛି। ସସ୍ପେଣ୍ଡ୍ ଲୋକକୁ ହ୍ବିପ ଜାରି କରିବାର କୌଣସି ନିୟମ ନାହିଁ। ବିଜେଡି ସସ୍ପେଣ୍ଡ କରିବା ସହ ବିଧାନସଭାରେ ଆସନ ବଦଳାଇଲା। କାଲି ପର୍ଯ୍ୟନ୍ତ ବିଜେଡିର କିଏ ବି ମୋ ସହ ଯୋଗାଯୋଗ କରି ନାହାନ୍ତି। ମୋତେ ଆମ ପ୍ରାର୍ଥୀ କିଏ, କାହାକୁ ଭୋଟ ଦେବାକୁ ହେବ କହି ନାହାନ୍ତି। କିଛି ଦିନ ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ସନାତନଙ୍କୁ ବିଜେଡିରୁ ବିଦା କରାଯାଇଥିଲା।ତ କାର୍ଡ






More Stories
ମୁହଁ ଖୋଲିଲେ ନବୀନ;ସେମାନଙ୍କର କ୍ରିମିନାଲ…..
ବିଧାନସଭାରେ ଶାସକ-ବିରୋଧି ମୁହାଁମୁହିଁ….
ଏସସିବି ମୃତକଙ୍କ ପାଇଁ ସହାୟତା ରାଶି ଘୋଷଣା….