ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: ପିତାମାତାଙ୍କ ଆତ୍ମାର ମୁକ୍ତି ଲାଭ ପାଇଁ ସ୍ବେଚ୍ଛାକୃତ ଭାବେ ଆଗ୍ରହର ସହିତ ଧନ ବ୍ୟୟ କରିପାରନ୍ତି। ଗୁଣର ପ୍ରସାର ଘଟାଇବା ସମ୍ଭବ ହେବ ନାହିଁ। ମଧୁର କଥାରେ ପରକୁ ଆପଣାର କରିବେ।ବୃଷ: ଜ୍ଞାନ ପିପାସୁ ହେବେ। ଜନସାଧାରଣଙ୍କ ପୂଜ୍ୟ ହେବେ। ଶତ୍ରୁମାନଙ୍କ ଦୃଷ୍ଟିର ଅନ୍ତରାଳରେ ରହିବେ। ବ୍ରହ୍ମଜ୍ଞାନୀଙ୍କଠାରୁ ଆଦର ସମ୍ମାନ ମିଳିବ। ମହିଳାମାନଙ୍କ ବ୍ୟବହାର ଭଦ୍ରୋଚିତ ହୋଇପାରେ।ମିଥୁନ: ଜୀବଙ୍କ ପ୍ରତି ଦୟା ଭାବକୁ ଆପଣଙ୍କ କର୍ମ କ୍ଷେତ୍ରରେ ମହତ୍ ପଣିଆ ହେବ। ଏପରିକି ଏକ ପୁଣ୍ୟ କର୍ମ ପାଇଁ କେହି ସହାୟତା ନ ଦେଲେ ବି ନିଜ ନେତିକ ବଳ ଆପଣଙ୍କୁ କୃତକାର୍ଯ୍ୟ କରିପାରେ।କର୍କଟ: ଶରୀରର ଗଠନ ପ୍ରଣାଳୀ ସୁଦୃଶ୍ୟ ହେବ। ଦୂରଦୃଷ୍ଟିସମ୍ପନ୍ନ ହେବା ଆଶା କରାଯାଏ। କର୍ମକର୍ମାଣି ବ୍ରାହ୍ମଣମାନଙ୍କର ସାହାଯ୍ୟକାରୀ ଓ ପ୍ରିୟପାତ୍ର ହେବେ। କ୍ଷମତାକୁ ବିକେନ୍ଦ୍ରୀକରଣ କରିବେ। ସୁସ୍ଥ ରହିବେ।ସିଂହ: ସରକାରଙ୍କ କୋପ ଦୃଷ୍ଟି ଏଡ଼ାଇବାକୁ ଉଦ୍ୟମ ଜାରି ରଖିବେ। କୃଷକମାନଙ୍କର ଧନଧାନ୍ୟ ହାନିର ସୂଚନା ମିଳୁଛି। କିଛି ସରକାରୀ ସମ୍ପଦ ପ୍ରାପ୍ତିର ସୂଚନା ମିଳୁଛି। ପ୍ରସନ୍ନ ମୂର୍ତ୍ତି, ଶ୍ରେଷ୍ଠ ସମ୍ମାନଯୁକ୍ତ ହେବେ।କନ୍ୟା: ବିନୟାବନତ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ଚେଷ୍ଟା ସୁଶୀଳ ଓ ଆନ୍ତରିକତା ପୂର୍ଣ୍ଣ ହେବ। ପୁଣ୍ୟ ପଥର ପଥିକ ହୋଇପାରନ୍ତି। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟର କାର୍ଯ୍ୟଗ୍ରାହୀ ହେବେ। ଉଚ୍ଚାସନ ଲାଭ କରିବେ।






More Stories
ଧର୍ମକାର୍ଯ୍ୟ କରିପାରନ୍ତି…..
ମନ ଖୁସି ରହିବ…..
ଆଜି ଶ୍ରୀମନ୍ଦିରରେ ୪ଘଣ୍ଟା ଦର୍ଶନ ବନ୍ଦ……