ରିପୋର୍ଟ କାର୍ଡ / ଭୁବନେଶ୍ବର
ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ । କିଛି ଦିନ ହେବ ସେମାନେ ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ଦେବୀ ମିଶ୍ର ଓ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ସେମାନେ ଦଳରେ ସାମିଲ ହୋଇଛନ୍ତି । ବାଲେଶ୍ଵର ଜିଲ୍ଲାର ରାଜନୀତିରେ ଏବେ ନୂଆ ସମୀକରଣ ହେବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି । ରଘୁନାଥ ମହାନ୍ତି ଶେଷ ଥର ପାଇଁ ଆଇନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ପୂର୍ବରୁ ୫ ଥର ବସ୍ତାରୁ ବିଧାୟକ ହୋଇଥିଲେ । ବିଜେଡିର ଜଣେ ଟାଣୁଆ ନେତା ଭାବରେ ପରିଚିତ ଥିଲେ । ଶ୍ରୀ ମହାନ୍ତି ୨୦୧୯ରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇ ବସ୍ତା ଆସନରୁ ନିର୍ବାଚନ ଲଢି ପରାଜୟ ହୋଇଥିଲେ । ଜୀବନ ପ୍ରଦୀପ ଦାସ ୨୦୧୪ରେ ବାଲେଶ୍ୱରରୁ ବିଜେଡି ଟିକେଟରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ | ୨୦୧୯ରେ ସେ ପରାଜୟ ବରଣ କରିଥିଲେ । ୨୦୨୦ ନଭେମ୍ବର ମାସରେ ତାଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିଲା। ଏହାପରେ ସେ ଭାଜପାରେ ଯୋଗଦେଇ ପୁଣିଥରେ ଭାଜପାରୁ ଇସ୍ତଫା ଦେଇଥିଲେ । ଏବେ ପୁଣି ସେ ବିଜେଡିରେ ସାମିଲ୍ ହୋଇଛନ୍ତି ।






More Stories
ଝଡ଼ ବର୍ଷା:୮ ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ…..
୨ରୁ ଯୁକ୍ତ ଦୁଇ ଖାତାଦେଖା…..
୬ରୁ ସକାଳୁଆ କୋର୍ଟ……